logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କରଟା
୧. ଅତି କଷ୍ଟରେ ଗାଈ ଦୁହାଁ ବ୍ୟବସ୍ଥା l ୨. ଏକାଦଶାହରେ କରାଯାଉଥିବା ଶ୍ରାଦ୍ଧ l ୩. ଛୋଟ କରିଆ, ପତଳା ଗାମୁଛା l ୪. ତରାଜୁରେ ତେଲଗିନା ଇତ୍ୟାଦି ତରଳ ପଦାର୍ଥର ଆଧାର ଥୋ‌ଇ ଓଜନ କରିବା ବେଳେ, ଦଣ୍ଡିର ଅପରପଟରେ ପକାଯାଉଥିବା ସମଓଜନ ପରିମାଣର ମାଟି ବା ପଥର ଖଣ୍ଡ, ପାସାଙ୍ଗ l

କରଡ଼ି
୧. ମୁଗ, ବିରି, କୋଳଥାଦି ଛୁଇଁର ଶୁଖିଲା ଚୋପା l ୨. ବାଉଁଶ ଗଜାର ଖୋଳପା l

କରଜ
ଋଣ ନେବା l

କରଣ
୧. କାୟସ୍ଥ, ଶୂଦ୍ରା ଗର୍ଭଜାତ ବୈଶ୍ୟ ପୁତ୍ର l ୨. ରାଜା, ଦେବତା, ଜମିଦାର ପ୍ରଭୃତିଙ୍କର ହିସାବ ଲେଖକ କର୍ମଚାରୀ l ଦେବତାଙ୍କର କର୍ମଚାରୀମାନେ ଶ୍ରୀକରଣ, ତଡ଼ାଉକରଣ, ଦେଉଳିକରଣ ଇତ୍ୟାଦି ବିବିଧ ବର୍ଗର କରଣ ଅଛନ୍ତି l

କରଣି
୧. ଖୁରୁପି l ୨. ରାଜମିସ୍ତ୍ରୀଙ୍କ ହତିଆର ବିଶେଷ l

କରଣିଅକ୍ଷର
ଏକ ବିଶେଷ ଆକୃତିର ଛଟା ଅକ୍ଷର l

କରଣ୍ଡ
ବେତ ବା ବାଉଁଶବୁଣା ପେଡ଼ି, ଥଳି ଇତ୍ୟାଦି l

କରତ
କାଠ ଚିରଟ କରି ପଟା ବାହାର କରିବା ନିମିତ୍ତ ବଢ଼େଇଙ୍କ ଦ୍ଵାରା ବ୍ୟବହୃତ ଯନ୍ତ୍ର l ଏହାର ଗୋଟିଏ ପାଖରେ ଧାର ଥାଏ l ଏଥିରେ ବେଣ୍ଟ ଲାଗିଥାଏ l କାଠ ଉପରେ ରଖି ବେଣ୍ଟକୁ ଧରି ଏହାକୁ ଭିଡ଼ା ଓଟରା କଲେ କାଠ ଚିରି ହୋ‌ଇଥାଏ l

କରତାଳ
୧. ଦୁଇ ହାତର ତାଳି l ୨. କଂସା ବା ଧାତୁ ତିଆରି ଗିନି l ଏହାକୁ ହାତରେ ଧରି ବଜାଇଲେ ତାଳ ରକ୍ଷା ହୁଏ l ଏହାକୁ ଗୋଲାକାର, ମଧ୍ୟାଂଶ ଖାଲୁଆ ଥାଏ ଏବଂ ଏଥିରେ ଡୋର ବା ଫିତା ଲାଗିଥାଏ l

କରତିଆ
କରତରେ କାଠ ଚିରୁଥିବା ମିସ୍ତ୍ରୀ, କାଠ ଚିରାଳି l


logo