logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କମଣ୍ଡଳ
ଜଳପାତ୍ର, ଢାଳ ଆକାରର ଜଳପାତ୍ର, ଏହାକୁ ଓହଳାଇ ଧରିବା ପାଇଁ ଏଥିରେ ନାଡ଼ ଲାଗିଥାଏ l

କମରପଟା(ଟି)
୧. ଅଣ୍ଟାରେ ବେଢ଼ାଇ ପିନ୍ଧିବା ପଟି ବା ବସ୍ତ୍ର l ୨. ଅଣ୍ଟାରେ ପିନ୍ଧାଯିବା ଅଳଂକାର l ୩. ଓଡ଼ିଆଣୀ, ବିଛା, ସୁନା ବା ରୂପା ତିଆରି ଅଣ୍ଟାରେ ପିନ୍ଧାଯିବା ଅଳଂକାର l

କମଳପଟା
ଗୁହାଳରେ ଥିବା ଗୋରୁକୁଣ୍ଡ, ପଟା ବାଡ଼, ବାଉଁଶ ବାଡ଼ l

କମାଣି
୧. ନାରୀମାନଙ୍କର ନଖକଟା, ଗୋଡ଼ରେ ଅଳତା ଦେବା ଇତ୍ୟାଦି ଶୋଭାଯୁକ୍ତ କର୍ମ l ୨. ବନ୍ଧୁକ ନଳିରେ ବସୁଥିବା ଲୁହା ମୁଦିଆ l ୩. ଭ‌ଅଁର ଚଳାଇବା ପାଇଁ ବ୍ୟବହୃତ ବଢ଼େଇଙ୍କର ରସିଲଗା ବାଡ଼ି l

କମାର
ଓଝା, ଲୁହା କାରିଗର l

କମାରଶାଳ
କମାରର କର୍ମସ୍ଥଳ, ଭାଟି l

କୟାଁ
୧. କଞ୍ଚାତେନ୍ତୁଳି l ୨. ସିଡି ବା ନିଶୁଣିର ଫଳି l

କରମା ପର୍ବ
ଆଦିବାସୀ ମାନଙ୍କର ଏକ କୃଷିଭିତ୍ତିକ ପର୍ବ l କ୍ଷେତରେ ଉନ୍ନତ ଫସଲ ହେବା ଉଦ୍ଦେଶ୍ୟରେ ଏଇ ପର୍ବ ପାଳନ କରାଯାଏ l ଏଥିପାଇଁ କରମାଡ଼ାଲକୁ ମାଟିରେ ପୋତି, ଏହା ଉପରେ ହଳଦି ପାଣି ପକାଇ ଧୁଆଯାଏ , ବିଭିନ୍ନ ଫୁଲ ଫଳ ଭୋଗ କରାଯାଏ l ବିବାହିତ ଲୋକେ ଆଷାଢ଼-ଶ୍ରାବଣ ମାସରେ ବୁଢ଼ୀକରମା ପୂଜା କରନ୍ତି l ଅବିବାହିତା କନ୍ୟାମାନେ ଭାଦ୍ରବ ମାସରେ କରୁଥିବା କରମା ପୂଜାକୁ ରାଜାକରମା କୁହାଯାଏ l ଗୋଟିଏ ଗାଁର ଲୋକ ଅନ୍ୟ ଗୋଟିଏ ଗାଁର ଲୋକଙ୍କୁ ନିମନ୍ତ୍ରଣରେ ଅଣାଇ କରୁଥିବା କରମା ପୂଜାକୁ ଗୋଲାକରମା ପୂଜା କୁହାଯାଏ l

କରଚୁଲି
ଡଙ୍କା, ପିତଳର ଅଣକ l

କରଞ୍ଜି
ଗୋଲିଆ ପୁରଦିଆ ପିଠା l


logo