logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କବ(ବି)ଜା
ଚୌକାଠ ସହିତ କବାଟକୁ ଝୁଲାଇ ରଖିବା ପାଇଁ ବ୍ୟବହୃତ ଦୁଇ ଫାଳିଆ ଧାତୁପତ୍ର l

କବଚି(ଜି)ବା
ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଦ୍ଵାରା ଦେହକୁ କିଳିବା l

କବଟା
ଛିଣ୍ଡା ବା ଚିରା ଲୁଗା l

କବାଟପରିଚ୍ଛା
ପାଟ ପଥର, ଦେଉଳର ଦୁଆର ବନ୍ଧରେ କବାଟ ବନ୍ଦ ହେବା ପରେ ପଡୁଥିବା ଲମ୍ବା ପଥର l

କବାବ୍‌ଚିନି
ଶୀତଳଚିନି, ମରିଚ ଆକାରର ଏକ ପ୍ରକାରର ଫମ୍ପା ମସଲା l ପାନଲଟା ପରି ଲଟାରେ ଏହା ଫଳେ l

କବାରି
ଜଙ୍ଗଲରୁ କାଠ କାଟି ତାକୁ ପୋଡ଼ି ଅଙ୍ଗାର ପ୍ରସ୍ତୁତ କରି ବିକୁଥିବା ବ୍ୟକ୍ତି l

କବିରାଜ
ବୈଦ୍ୟ, ଆୟୁର୍ବେଦିକ ଚିକିତ୍ସକ l

କବିରାଜୀ
ବୈଦ୍ୟବୃତ୍ତି, ଯେ ଆୟୁର୍ବେଦ ଚିକିତ୍ସା କରନ୍ତି l

କମଞ୍ଚା
କମାଣି ବାଡ଼ି, ସରୁକାଠ ବାଡ଼ିରେ ଦ‌ଉଡ଼ା ବନ୍ଧା ହୋ‌ଇଥାଏ, ଏହାକୁ ଭ‌ଅଁରରେ ଗୁଡ଼ାଇ, ଭ‌ଅଁର ଘୂରାଇଲେ ଭ‌ଅଁର କାଠରେ କଣା କରେ l

କମଣ
ଉତ୍ତମ ରୂପେ ବାରମ୍ବାର ଚାଷ l


logo