logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କନ୍ଥଲି
ଛୋଟିଆ କନ୍ଥା l

କନ୍ଥଡ଼ା
ଚିରା ଲୁଗାକୁ ସିଲେଇ କରି ତିଆରି ହୋ‌ଇଥିବା ଶେଯ l

କନ୍ଥା
୧. ତାଳି ପଡ଼ିଥିବା ଚିରାଲୁଗା l୨. ଛିଣ୍ଡା ଲୁଗାକୁ ଏକାଠି କରି ସିଲେଇ କରାଯାଇଥିବା ଶେଯ ବା ଆଚ୍ଛାଦନ ବିଶେଷ l

କନ୍ଦ
୧. କନ୍ଦମୂଳ l ୨. ଓଲୁଅ, ସାରୁ l ୩. ନବାତ l

କନ୍ଦା
୧. ପାଣିରେ କାମ କରିବା ହେତୁ ହାତ ପାଦରେ ହେ‌ଉଥିବା ଘା' l ୨. ନଡ଼ିଆ, ଖଜୁରି, ତାଳ ଓ କିଆ ଗଛ ଅଗ ପତ୍ର ତଳେ ଥିବା କ‌ଅଁଳିଆ ଅଂଶ ଖାଇବାକୁ ଏହା ନରମ ଓ ମିଠାଳିଆ l

କନ୍ଦପାଳ
ଚିନିକୁ ଗରମ ପାଣିରେ ସିରା କରି ଏଥିରେ ଖ‌ଇ କୁ ଖରଡ଼ି ତିଆରି କରାଯାଉଥିବା ଉଖୁଡ଼ା l

କନ୍ଦଳକାଠି
ଜୁଆକିଳା, ଯୁଆଳି ଖିଲ l

କନ୍ଦା ବସିବା
ଧାନ ଗଛର ଥୋଡ଼ ବାହାରିବା ପୂର୍ବରୁ ଗଛର ଗର୍ଭ ମୋଟା ହେବା l

କନ୍ୟାଦାନ
ବାହା ବେଦିରେ କନ୍ୟା ବାପା, ଜାମାତାଙ୍କ ହାତରେ କନ୍ୟା ସମର୍ପଣ କରିବା l

କନ୍ୟାଦେଖା
ପୁଅ ବାହାଘର ପାଇଁ କୌଣସି କନ୍ୟାକୁ ବୋହୂ ରୂପେ ନିର୍ବାଚନ କରିବା l


logo