logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଦଳୀ ଚକଟା
ପାଚିଲା କଦଳୀରେ କ୍ଷୀର, ଚିନି ମିଶାଇ ଚକଟା ହେବା ଖାଦ୍ୟ, ଅମୃତକୁଣ୍ଡ l

କଦଳୀପୁଆ
କଦଳୀ ମୁଣ୍ଡାରୁ ବାହାରୁଥିବା କୁଆଁ, କଦଳୀ ଚାରା, ଏହାକୁ ଲଗାଇଲେ ନୂଆଗଛ ହୁଏ l

କଦଳୀପେଣ୍ଡା
ଫଳନ୍ତା ଗଛରୁ ଓହଳିଥିବା କଦଳୀକାନ୍ଦି l

କଦଳୀପାଟୁଙ୍ଗା
କଦଳୀ ଗଛର ଶୁଖିଲା ଚୋପା l

କଦଳୀଫାଉଡ଼ା
କଦଳୀ ଗଛର କଞ୍ଚାଳିଆ ଲମ୍ବା ଚୋପା l

କଦଳୀଫେଣା
କଦଳୀ କାନ୍ଦିରେ ଥିବା କଦଳୀ ଗୁଡ଼ିକରେ ପେନ୍ଥା l

କଦଳୀଭଣ୍ଡା
କଦଳୀ କାନ୍ଦିର ଅଗରେ ଥିବା ବଡ଼ ପୁଷ୍ପ କୋଷ l

କଦଳୀମଞ୍ଜା
କଦଳୀ ଗଛର ମଞ୍ଜ ଅଂଶ, ଏହା ଖୁବ୍‌ ନରମ ଓ ଧଳା l ଏହାକୁ ଭଜା, ତରକାରି ଓ ରାଇ କରି ଖିଆଯାଏ l

କନା
୧. ଲୁଗାର ଅଂଶ l ୨. ତେଣ୍ଡାର କେନା ଖୁଣ୍ଟି l ୩. ଘର ଶେଣିରେ ଦିଆଯାଇଥିବା କ‌ଇଁଚି l ୪. ଗଛ ଡ଼ାଳରେ ଦୁଇଭାଗ ହୋ‌ଇଥିବା ଶାଖା l

କନାପଟା
ଛୋଟ ପିଲାଙ୍କ ଲୁଗାପଟା l


logo