logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କତୁରା ଆମ୍ବୁଲ
କଞ୍ଚା ଆମ୍ବର ଶସକୁ ଚାଞ୍ଛି ତିଆରି କରାଯିବା ଆମ୍ବୁଲ l

କତୁରାଗୁଆ
ସରୁ ସରୁ ହୋ‌ଇ କଟାଯାଇଥିବା ଗୁଆ ଖଣ୍ଡ l

କତୁରାବାଳ
କତୁରି ଦ୍ଵାରା କଟା ଯାଇଥିବା ବାଳ l

କତୁରିଆ
ଗ‌ଉଡୁଣୀ ଓ ଚାଷୁଣୀ ଇତ୍ୟାଦି ହାତରେ ପିନ୍ଧୁଥିବା ପତଳା ବଳା l

କତୁରିବା
୧. ଅଗରୁ କାଟି ଛୋଟ କରିବା l ୨. କତୁରିରେ ବାଳ କାଟିବା l

କତୁରି
୧. କ‍‍ଇଁଚି, ବାଳକଟା ଯନ୍ତ୍ର l ୨. ଏକ ପ୍ରକାରର ବାଣ l ୩. ଲୁହା, କଂସା, ସୁନା, ରୁପାର ମିଶ୍ରିତ ଧାତୁରେ ତିଆରି ସଧବା ପିନ୍ଧା ଚୂଡ଼ି l ୪. ସୁନା, ରୁପା, ତମ୍ବା ପାତିଆ କାଟିବା ପାଇଁ ବଣିଆ ବ୍ୟବହାର କରୁଥିବା ଧାରୁଆ କ‌ଇଁଚି l ୫. ଘଣା ଗଣ୍ଡିରୁ ଲମ୍ବିଥିବା କାଠ ଖଣ୍ଡ, ଏହା ଉପରେ ବସି ତେଲୀ ବଳଦ ଅଡ଼ାଏ l ଏହାର ମୂଳ ଅଂଶଟି ଘଣାର ଜିଭା ସହିତ ସଂଯୁକ୍ତ ଥାଏ l

କଥା
୧. ଗପ l ୨. ସତ୍ୟ, ପ୍ରତିଜ୍ଞା l ୩. ନ୍ୟାୟ ନିଶାପ l

କଦମା
୧. ଦାମୁଡ଼ି, ଯୁବ ମ‌ଇଁଷି l ୨. ଚୂଡ଼ା ଚକଟା l

କଦମ୍ବ
ବର୍ଷା କାଳରେ ଫୁଟୁଥିବା ଏକ ପ୍ରକାରର ଗୋଲିଆ ଫୁଲ, ଏହାର ପାଖୁଡ଼ା ଗୁଡ଼ାକ ଲୋମ ପରି ଠିଆ ହୋ‌ଇଥାଏ l

କଦଳୀକାନ୍ଦି
କଦଳୀ ଭଣ୍ଡାରୁ ବାହାରୁଥିବା ଫେଣାଯୁକ୍ତ କଦଳୀ ପେଣ୍ଡା l


logo