logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କତା
୧. ଛୋଟ କଟୁରି, କାତି l ୨. ନଡ଼ିଆ ଉପର ଚୋପା l ୩. ନଡ଼ିଆ ଚୋପାକୁ ବାଡ଼େଇ ତହିଁରୁ ତିଆରି ହୋ‌ଇଥିବା ତନ୍ତୁ l ୪. ନଡ଼ିଆ ଚୋପାର ତନ୍ତୁରେ ତିଆରି ଦ‌ଉଡ଼ି l

କତାକଷିବା
ନଡ଼ିଆ ଚୋପାରୁ ତନ୍ତୁ ବାହାର କରିବା ପାଇଁ ଏହାକୁ ପାଣିରେ ପକାଇ ବତୁରାଇବା l

କତା ଛେଉଣ୍ଡି
ନଡ଼ିଆ କତାର ଦ‌ଉଡ଼ି ବଳିବା ପାଇଁ ତନ୍ତୁରେ ତିଆରି ବଳଣା l

କତାଦ‌ଉଡ଼ା (ଡ଼ି)
ନଡ଼ିଆ କତାରେ ତିଆରି ଦ‌ଉଡ଼ା l

କତାବଳିବା
କତା ଛେଉଣ୍ଡି ବା ବଳଣାକୁ ଦୁଇ ହାତରେ ବଳି ଦ‌ଉଡ଼ା ତିଆରି କରିବା l

କତା ବାଡ଼େଇବା
ସଢ଼ା ଯାଇଥିବା ନଡ଼ିଆ କତାକୁ ପିଟଣାରେ ବାଡ଼େଇ ଖଦଡ଼ା ଅଂଶ କାଢି, ତନ୍ତୁ ବାହାର କରିବା l

କତି
ଦାଆ ବା କୋଡ଼ି ଦ୍ଵାରା ହିଡ଼ର ପାଖ‌ଅଂଶ କାଟି ପକାଇବା l ହିଡ଼କତି କରିବା l

କତିହାଣିବା
କତି କରିବା l

କତୁଆ
୧. ବଡ଼ ନିହଣ l ୨. ମାଟି କାଟିବା ପାଇଁ ବ୍ୟବହୃତ ଚ‌ଉଡ଼ାମୁହାଁ ଶସ୍ତ୍ର, କାତୁଆ l

କତୁରା
୧. ଅଗ କଟାଯାଇଥିବା l ୨. କତୁରି ଦ୍ଵାରା କଟା ଯାଇଥିବା l


logo