logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଣ୍ଠୀ
୧. ଏକ ସରିଆ ବେକର ଅଳଂକାର l ୨. ଘୋଡ଼ା ବେକରେ ପିନ୍ଧାଯିବା ଚମଡ଼ା ଫିତା l ୩. ବୈଷ୍ଣବଙ୍କ କଣ୍ଠରେ ଥିବା ତୁଳସୀମାଳ l

କଣ୍ଡା
୧. ଲୁଗାକୁ ତନ୍ତରେ ବୁଣିବା ପାଇଁ ଭରଣି ସୂତା ଗୁଡ଼ା ହୋ‌ଇଥିବା କାଠି l ୨. କାଣ୍ଡିବା କାମ l କୁଟା ଚାଉଳକୁ କୁଟି ତଷୁ ବାହାର କରିବା କାମ l

କଣ୍ଡି
ବାଉଁଶ ପାତିଆରେ ବୁଣା, ଭାର ବୋହିବା ପାଇଁ ବ୍ୟବହୃତ ଟୋକେଇ l

କଣ୍ଡିଆ
୧. ବଢ଼ି ଛାଡ଼ିବା ପରେ ନ‌ଈର ଖାଲୁଆ ଅଂଶରେ ପାଣି ରହିବା ଜାଗା l ୨. ବଢ଼ି ଛାଡ଼ି ଯିବା ପରେ ପଟୁ ପଡ଼ିବା ନଈ କୂଳିଆ ଉର୍ବରା ଭୂମି l

କଣ୍ଢେଇବାହା
୧. ପିଲାମାନେ ପିତୁଳାକୁ ବର କନ୍ୟା ରୂପରେ ସଜାଇ କରୁଥିବା ବାହାଘର l୨. ଅଳ୍ପ ବୟସରେ ଅନୁଷ୍ଠିତ ବିବାହ l

କଣ୍ଢେଇ
ମ‌ଇର ଦୁଇ ମୁଣ୍ଡ ଫଳିରେ ମରାଯାଉଥିବା କିଳା l

କତକଲ
ଏକ ପ୍ରକାରର ବଡ଼ ଗିଲ l

କତରା
ଛିଣ୍ଡା ମସିଣା l

କତରାଗଡ଼ି
ଚାଳଘରର ମଥାନ ତଳକୁ ଲାଗିଥିବା ଛପର l

କତରେଇବା
୧. ଚାଳରେ ରୁଅ ଉପରେ ପଡ଼ିଥିବା ବତାକୁ କତାଦ୍ଵାରା ବାନ୍ଧିବା l ୨. ଦାନ୍ତରେ ନଡ଼ିଆର କତା ଛଡ଼ାଇବା l ୩. ଗୁଆକୁ ସରୁ ସରୁ କରି କାଟିବା l


logo