logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଣ୍ଟେଇକୋଳି
ବଣୁଆ କଣ୍ଟାଳିଆ ଗଛରେ ଶୀତଦିନେ ଫଳୁଥିବା ଛୋଟ ଛୋଟ କୋଳି l

କଣ୍ଟାକଣ୍ଟି
ବରାବର ସମାନ l

କଣ୍ଟାଛଟା
ଦୁଆର, ବାଟମୁହଁ ପ୍ରଭୃତି ବନ୍ଦ କରିବା ପାଇଁ ଛଟାଯିବା କଣ୍ଟାଝଟା l

କଣ୍ଟାପାନିଆଁ
ଜୁଡ଼ାରେ ଖୋଷିବା ପାଇଁ ବ୍ୟବହୃତ ପାନିଆଁ ଆକାରର କଣ୍ଟା l

କଣ୍ଟାବାଉଁଶ
କଣ୍ଟା ଥିବା ଟାଣୁଆ ବାଉଁଶ l

କଣ୍ଟି
୧. ଲଙ୍ଗଳ ମୁଣ୍ଡା ଉପରେ ଯୋଡ଼ା ଯାଇଥିବା ବଗଥଣ୍ଟିଆ କାଠ ଖଣ୍ଡ, ଏହାକୁ ହାତରେ ଧରି ହଳ କରାଯାଏ l ୨. କଣ୍ଟେଇ କୋଳି l ୩. କଣ୍ଟାଳିଆ ଝଟା l

କଣ୍ଟିଆ
ଗାଲି ଓ ବେକ ପାଖରେ କଣ୍ଟାଥିବା ବଡ଼ମାଛ, ଶିଙ୍ଗିମାଛ ଠାରୁ ଆକୃତିରେ ବଡ଼ l

କଣ୍ଟିକିଳା
ଲଙ୍ଗଳ ମୁଣ୍ଡା ଓ କଣ୍ଟିର ଯୋଡ଼ ସ୍ଥାନରେ ବିନ୍ଧା ଯାଇଥିବା ଟାଣୁଆ କିଳା, ଏଥିରେ ଲଙ୍ଗଳ ଦ‌ଉଡ଼ିର ଫାଶ ଭର୍ତ୍ତିକରି, ଈଶ ଓ ଜୁଆଳିକୁ ବନ୍ଧାଯାଏ l

କଣ୍ଟିବାଡ଼ି
ଉଖୁଣି l ବେଙ୍ଗେଳା ପଡ଼ିବା ବେଳେ ବସିଯାଇଥିବା ପାଳକୁ ଉଖାରିବା ପାଇଁ ବ୍ୟବହୃତ ବାଡ଼ି l

କଣ୍ଠଝୁଅ
ଯୁବତୀ ହେବାର ପୂର୍ବାବସ୍ଥାରେ ଉପସ୍ଥିତ କନ୍ୟା, ଯୁବତୀ ହେବା ହେବା ବୟସର ଝିଅ l


logo