logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଣକାଣ୍ଡ
ମ‌ଉଡ଼ମରା ଘରର କଣ ବାଗରେ ଚାଳର ଶେଷ କଣ ପର୍ଯ୍ୟନ୍ତ ଲମ୍ବିଥିବା ଶେଣି l

କଣନଖା
ନଖ କଣରେ ହୋଇଥିବା ଘାଆ, ଏଇ ହେତୁ ନଖ ମରିଯାଏ l

କଣମଛା
କାର୍ତ୍ତିକ, ମାର୍ଗଶିର ମାସରେ ପାଣି ଶୁଖି ଆସିଲେ ବିଲରୁ ଧରା ଯାଉଥିବା ଛୋଟ ଛୋଟ ମାଛ l

କଣମୁଛା
ଠଣା, କାନ୍ଥକୁରା l

କଣି
୧. ଚାଉଳ, ମୁଗ ପ୍ରଭୃତି ଶସ୍ୟାଦି ରଗଡ଼ା ଯିବା ପରେ ବୀଜକୋଷର ଭଙ୍ଗା ଖଣ୍ଡମାନ l ୨. ବାଉଁଶର କ୍ଷୁଦ୍ର ପ୍ରଶାଖା l

କଣ୍ଟକବଲା
ଜମିବନ୍ଧକ ଦେଇ ନିର୍ଦ୍ଦିଷ୍ଟ ସମୟ ଭିତରେ ଋଣ ପରିଶୋଧ କରିବା ଚୁକ୍ତି l ସମୟ ଗଡ଼ିଗଲେ, ବନ୍ଧାଥିବା ଜମିଟି, ମହାଜନ ର ହୋ‌ଇଯାଏ l

କଣ୍ଟକରିବା
୧. କୌଣସି କାମ ପାଇଁ ପୂର୍ବରୁ ସମୟ ନିର୍ଘଣ୍ଟ କରିବା l ୨. ବାପଘରୁ ବୋହୁକୁ ଶାଶୁଘର ଆଣିବା ପାଇଁ ଦିନ ସ୍ଥିର କରିବା l

କଣ୍ଟଦେବା
ନିର୍ଦ୍ଦିଷ୍ଟ ସମୟରେ ଆସି ପହଞ୍ଚିବା ପାଇଁ ପ୍ରତିଶ୍ରୁତି ଦେବା l

କଣ୍ଟଭାର
ବୋହୁକୁ ବାପଘରୁ ଆଣିବା ପାଇଁ ଶାଶୁଘରୁ ପଠାଯାଉଥିବା ମିଷ୍ଟାନ୍ନାଦି ସଂଭାର l

କଣ୍ଟା
୧. ମୁନ, ମୁନିଆ ଅଗ l ୨. ଲୁହା କଣ୍ଟା l ୩. ମାଛର କଣ୍ଟା l ୪. ବେଲଗଛ ଇତ୍ୟାଦିର ଗଣ୍ଡି ଓ ଡ଼ାଳରେ ଥିବା ମୁନିଆଁ ଅଂଶ l ୫. ଓଜନ ଯନ୍ତ୍ରର ଦଣ୍ଡ l ୬. ନାରୀମାନଙ୍କ ଗଭାରେ ମରାଯାଉଥିବା ଟୋପର ଥିବା ମୁନିଆଁ ଅଂଶ l ୭. ବନଶୀ ସୂତାରେ ବନ୍ଧା ବଙ୍କା କଣ୍ଟା l ୮. କୂଅରେ ବୁଡ଼ିଥିବା ଜଳପାତ୍ର କାଢ଼ିବା ପାଇଁ ବ୍ୟବହୃତ ବଙ୍କା କଣ୍ଟା l


logo