logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଟାଳ
ବଟକରା, ଓଜନ ମାପକ l

କଟାଳଜୁଆର
ଦଶମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ହେଉଥିବା ବଡ଼ ଜୁଆର l

କଟାଣ
୧. ବଣ ବିରାଡ଼ି, ବଣ ଭୁଆ l ୨. ଶାଳିଆ ପତନୀ l

କଟି
୧. ପିଲାଙ୍କ ସାମୟିକ ଅପଡ଼ l ୨. କ‌ଉଡ଼ି ଖେଳରେ ଗୋଟିଏ ମାତ୍ର କ‌ଉଡ଼ି ଚିତ୍‌ ହୋ‌ଇ ପଡ଼ିବା ଦାନ l

କଟୁଆଳ
ନଗର ରକ୍ଷକ, ଜଗୁଆଳ, ରକ୍ଷୀମାନଙ୍କ ଅଧ୍ୟକ୍ଷ l

କଟୁରି
କଟାରି, କାଟିବା ଶସ୍ତ୍ର, ଏହା ସିଧା ଓ ବଙ୍କା ଲୁହା ଫାଳରେ ତିଆରି ଏଥିରେ ବେଣ୍ଟ ଲାଗିଥାଏ l କେବେ ହଂସ ଥଣ୍ଟ ଭଳି ହୋ‌ଇଥିଲେ ଏହାକୁ ହଂସୁଲୀ କଟୁରି କୁହାଯାଏ l

କଠା
୧. ବୁଢ଼ା ହୋ‌ଇଥିବା ନଡ଼ିଆ ଗଛର ପାଚିଲା ନଡ଼ିଆ, ଯାହାକୁ ନଡ଼ିଆ ବିହନ ରୂପେ ବ୍ୟବହାର କରାଯାଏ l ୨. ତରକାରି ଉପଯୋଗୀ କଷି ପଣସ l ୩. ପଚିଶ ଗୋଟି ବିଡ଼ିର ବିଡ଼ା l

କଠାଉ
କଠ‌ଉ, ଖଡ଼ମ, କାଠ ପାଦୁକା l ଏହାର ଉପର ଅଂଶରେ ଗୋଲିଆ ଟୋପର ଥିବା କାଠର ଖିଲ ମରାଯାଇଥାଏ l ଗୋଡ଼ର ବୁଢ଼ା ଆଙ୍ଗୁଠି ସନ୍ଧିରେ ଏହାକୁ ଚାପିରଖି କଠାଉ ମଡ଼ାଯାଏ l

କଠାପଡ଼ିଯିବା
ହାତ ମୁଠା ଜାବ ପଡ଼ିଯିବା, ଉପର ଓ ତଳ ପାଟି ଦାନ୍ତ ଚାପି ହୋ‌ଇ ରହିଯିବା l

କଡ଼ତା
ପାସଙ୍ଗ, ଦଣ୍ଡିର ଦୁଇପାଖ ଅସମାନ ଥିଲେ, ସମାନ କରିବା ପାଇଁ ବନ୍ଧାଯିବା ଗୋଡ଼ି ବା ପଥର ଖଣ୍ଡ l


logo