logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଟକଟିଆ ନାଗ
ଗଛ କୋରଡ଼ରେ ରହି କଟ କଟ ଶବ୍ଦ କରୁଥିବା ସାପ l

କଟକମା
ପରୁଡ଼ି ମସିଣା l ବାହାଘର ବେଳେ ବେଦି ଉପରେ କନ୍ୟାପିତା ଯେଉଁ ମସିଣାରେ ବସନ୍ତି l

କଟକିଗୁଣ୍ଠ
ଚାଳିଶ ଡେସିମିଲ ପରିମିତ ଭୂମି l

କଟକିବନ୍ଧକ
ଜମିର ଆୟରୁ ସୁଧ ଓ ମୂଳଧନ ପରିଶୋଧ ଚୁକ୍ତି କରି ଜମି ବନ୍ଧା ଦେବା l

କଟକିସେର
୧୦୫ ତୋଳା ଓଜନର ସେର l

କଟରା
୧. ଖୁରି, ସରା, ମାଟି ପାତ୍ର l ୨. କଂସା ବା ପିତଳର ଚ‌ଉଡ଼ାମୁହାଁ ଗିନା l

କଟା
୧. ନାରୀମାନେ ହାତରେ ପିନ୍ଧୁଥିବା ଧାରୁଆ ଖଡୁ l ୨. ପାହାଡ଼ରୁ ଗଡୁଥିବା ବର୍ଷା ପାଣିକୁ ଅଟକାଇ ରଖିବା ନିମିତ୍ତ ପ୍ରସ୍ତୁତ ବନ୍ଧ l

କଟାଇତ
ରାଜାଙ୍କ ରୋଷଘରର ପରିବା କଟାଳି l

କଟାଘଷା
ରୋଷେଇ ପାଇଁ ପରିବା କଟା ଓ ବାଟଣ ବଟା l

କଟାର
କଟୁରି, କତ୍ତା, କାତି l


logo