logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଜେଈ
କଜିଆ ଖୋରଣୀ, ଝଗଡ଼ା ପ୍ରିୟ ନାରୀ l

କଞ୍ଚ
୧. ନ‌ଈ କୂଳିଆ ମଶାଣି l ୨. ତାଷଣ ସୂତାକୁ ତନ୍ତୀ ଯେଉଁଥିରେ ଘଷନ୍ତି l

କଞ୍ଚଣଥାଳି
ଫନ୍ଦ ଥିବା ବଡ଼ ଥାଳି l

କଞ୍ଚାଖାଇ
୧. ଡ଼ାଆଣୀ l ୨. କଞ୍ଚାରେ ଖାଇଲେ ସୁଆଦ ଲାଗୁଥିବା ଫଳ l

କଞ୍ଚାଦିହ
ଛୁଆ ଜନ୍ମ କରିବା ପରେ ମାଆ ଦେହର ଦୁର୍ବଳ ଅବସ୍ଥା l

କଞ୍ଚାପ‌ଇସା
ନଗଦ ରୋଜଗାର, ଉପୁରି ପ‌ଇସା l

କଞ୍ଚି
୧. କୋଲପ, କୋଲପ କାଠି l ୨. ଭଜାଭଜି ଖଡ଼ିକା l

କଞ୍ଚିକିଳିଣୀ
କବାଟରେ ଥିବା ରନ୍ଧ୍ର, ଯେଉଁବାଟେ କଞ୍ଚି ପୁରାଇ କବାଟ କିଳାଯାଏ l

କଟ
୧. ପିଲାଙ୍କ ଖୁଣ୍ଟୁଖାଇ ଖେଳର ଗୋଟାଳି l ୨. ଛାଞ୍ଚ, ପଟି, ଚକଡ଼ା, ମସିଣା l ୩. ଘାସ ତିଆରି ଦ‍ଉଡ଼ା l ୪. ତୃଣ ତିଆରି ତାଟି l ୫. ଏକକଡ଼ା କ‌ଉଡ଼ି l

କଟକଟି
୧. ଚାଳଘରର କାମଡ଼ା ଭିଡ଼ିବା ପାଇଁ ବ୍ୟବହୃତ ଦ‌ଉଡ଼ା ଲଗା ମୋଟ କାଠି ଖଣ୍ଡ l ଏଥିରେ ଫାଶ କରି କାଠିକୁ ବୁଲାଇଲେ କାମଡ଼ା ଭିଡ଼ି ହୋ‌ଇଯାଏ l ୨. ଓଲେଇ ଗାଈ, ତରକା ଗୋରୁ ଅଧିକ ଜୋରରେ ଦ‌ଉଡ଼ି ନ ପାରିବା ପାଇଁ ତା ପଛ ଦୁଇ ଗୋଡ଼ରେ ବନ୍ଧା ଯାଇଥିବା ଦ‌ଉଡ଼ାର ଫାନ୍ଦ l


logo