logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଜଳନାଇବା
ଆଖିରେ ତଳପତାରେ କଳା ଲଗାଇବା ଓ କଳାଗାର ଟାଣିବା l

କଜଳ ପକେଇବା
ଜଳନ୍ତା ଦୀପ ଉପରେ ଘିଅ ବୋଳା ପାଣି ପଶିଥିବା ଧାତୁପାତ୍ର ରଖି ଦୀପ ଶିଖା ରଖିବା l ଶିଖା ଧାସରୁ ଧାତୁପାତ୍ର ତଳ କଳା ବୁଲିଯାଏ ଓ ଏହାକୁ ତୋଳି, କଳା ପ୍ରସ୍ତୁତ ହୁଏ l

କଜଳପାତି
୧. କଳାପାତି, କଜଳ ରଖିବାର ଧାତୁ ପାତ୍ର, ଏହା ଉପରେ ଘୋଡ଼ଣି ଥାଏ, ଏହା ଲମ୍ବାଳିଆ l ୨. କଳା ରଙ୍ଗର ଲମ୍ବା ଲାଞ୍ଜ ଥିବା ଚଢ଼େଇ l

କଜଳପାତିଆ ଦଳ
ନୀଳ ରଙ୍ଗର ଫୁଲ ଥିବା ଏକ ପ୍ରକାର ପାଣି ଶାଗ l

କଜଳପାତିଆ ଭଲଲୋକ
ନିଜ ସ୍ଵାର୍ଥକୁ ଜଗି, ମଧ୍ୟସ୍ଥତା ଓ ନିଶାପ କରୁଥିବା ବ୍ୟକ୍ତି l

କଜଳାଗଣ୍ଡ
ପାଣି ଥିବା ଅତି ଗଭୀର ସ୍ଥାନ l

କଜାଇ
କଲିଆରୀ, ଘୋଡ଼ାକୁ ନିୟନ୍ତ୍ରଣ କରିବା ପାଇଁ, ଏହା ପାଟିରେ ଥିବା ଅର୍ଦ୍ଧ ବଳୟାକାର ଲୁହାଖଣ୍ଡ l

କଜିଆ
କଳି, ଝଗଡ଼ା, ପାଟିତୁଣ୍ଡ l

କଜିସାଳିଆଗଣ୍ଠି
ଘର ଶେଣିରେ କାମଡ଼ା ଦେଇ ଭିଡ଼ା ଯାଉଥିବା ଦାରୁଗଣ୍ଠି l

କଜେଇ
ଘୋଡ଼ାକୁ ନିୟନ୍ତ୍ରଣ କରିବା ପାଇଁ, ଘୋଡ଼ା ପାଟିରେ ଦିଆଯାଉଥିବା ଅର୍ଦ୍ଧ ଗୋଲାକାର ଲୁହାକଡ଼ି l ଏହାର ଦୁଇ ପାଖରୁ ଦୁଇଟି ଦ‌ଉଡ଼ା ବାନ୍ଧି, ଏଇ ଦ‌ଉଡ଼ାକୁ ଧରି ଘୋଡ଼ାର ଗତିକୁ ନିୟନ୍ତ୍ରଣ କରାଯାଏ l


logo