logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କକୁଆ
୧. କୋକୁଆ ଭୟ, ଏକ କଳ୍ପିତ ଭୟ, ଅଜଣା ଭୟ l

କଖାରୁ
ଲଟାରେ ଫଳୁଥିବା ଖାଦ୍ୟ ଫଳ l ଏହା ବୋ‌ଇତି କଖାରୁ ଓ ପାଣି କଖାରୁ ଭେଦରେ ଦୁଇ ଭାଗରେ ବିଭକ୍ତ l ବୋ‌ଇତି କଖାରୁ ପୁଣି ପିଢ଼ା କଖାରୁ ଓ ବିଲକଖାରୁ ଭେଦରେ ଦୁଇ ପ୍ରକାରର l

କଖାରୁଫୁଲ
ବୋ‍‍ଇତି କଖାରୁର ଫୁଲ l ମାଈ ଓ ଅଣ୍ଡିରା ଭେଦରେ ଏହା ଦୁଇ ପ୍ରକାରର l ମାଈ ଫୁଲରେ କଷି ହୁଏ, ଅଣ୍ଡିରା ଫୁଲରେ ଚାଉଳ ବଟା ଦେଇ ଛୋଟ ପିଠା କରାଯାଏ l

କଖାରୁବଡ଼ି
ପାଣିକଖାରୁ ଶସରେ ବିରି ମିଶାଇ ବଟା ଯାଇ ଏଥିରୁ ତିଆରି ବଡ଼ି l

କଙ୍କଡ଼ା
କକଡ଼ା, କର୍କଟ, କର୍କଟ ରାଶି, ଏକ ଜଳଜୀବ, ଦଶଟି ଗୋଡ଼ ଥାଏ l ବୁଢ଼ା ଗୋଡ଼ ଦୁଇଟିର ଅଗ ଶଣ୍ଢୁଆସି ଭଳି, ବିଲହିଡ଼,ପାଣି ଜାଗାରେ ଏଗୁଡ଼ିକ ଗାତ କରି ରହନ୍ତି l ଏହାକୁ କଙ୍କଡ଼ାଗାତ କୁହାଯାଏ l ଏହାର ମାଂସ ବଳକାରକ ଓ ବାତନାଶକ l ଏହାକୁ ତରକାରି କରି ଖାଦ୍ୟ ରୂପେ ଖିଆଯାଏ l

କଙ୍କଡ଼ାବିଛା
୧. କଙ୍କଡ଼ାର ବୁଢ଼ାଗୋଡ଼ ପରି ଦୁଇ ଆଗ ଗୋଡ଼ ଓ ବିଶାକ୍ତ ଲାଙ୍ଗୁଡ଼ ଥିବା ବିଛା, ନାଉଡ଼ ମାରିଲେ ଖୁବ୍‌ ବିନ୍ଧେ l ଇଟା ଓ ମାଟି ସନ୍ଧିରେ ଏଗୁଡ଼ିକ ରହନ୍ତି l ୨. ସୁନ୍ଦର ତାରକସୀ କାମ ହୋ‌ଇଥିବା ସୁନା, ରୂପାର ଅଣ୍ଟାସୂତା l ଅଣ୍ଟାରେ ପିନ୍ଧା ଯାଉଥିବା ଅଳଂକାର l

କଙ୍କଡ଼ାମାଟି
କଙ୍କଡ଼ାର ଗାତରୁ ଗଳା ଯାଇଥିବା ମାଟି l

କଙ୍କଣ
୧. ହାତଖଡୁ, ବଳୟାକାର ସୁନା, ରୁପାର ଅଳଂକାର l ୨. ବ୍ରତ, ଅସାଡୁଆ ସୂତା l

କଙ୍କଣ ପ‌ଇତା
ବାହାଘର ବେଳେ ବର ହାତରେ ବନ୍ଧାଥିବା ହଳଦୀଗୋଳା ସୂତାର ବ୍ରତ l ଏଥିରେ ଦୂବ ବନ୍ଧା ଯାଇଥାଏ l

କଚଟା
ଚାଳଘରର ପାରିଆ ଖୁଣ୍ଟ ଓ କାନ୍ଥ ଖୁଣ୍ଟ ମଝିରେ ରହିଥିବା ଆଡ଼ି କାଠ l


logo