logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କ‌ଉକନା
ନଖ ଦଶିରୁ ଉଠୁଥିବା ଚମ l

କ‌ଉଡ଼ି
ସମୁଦ୍ରରୁ ଜନ୍ମ ହୋ‌ଇଥିବା ମଲା ଜୀବର ଖୋଳ, ଏହାକୁ ଆଗରୁ ମୁଦ୍ରା ରୂପେ ବ୍ୟବହାର କରାଯାଉଥିଲା l

କ‌ଉଡ଼ିଆ
୧. ମୂଲ୍ୟବାନ୍‌, ଦାମିକିଆ l ୨. କ‌ଉଡ଼ି ପରି ଟାଣୁଆ l ହରଡ଼ ଡ଼ାଲି ଉପଯୁକ୍ତ ଭାବରେ ସିଝି ନପାରିଲେ ଦରସିଝା ଗୋଟାଳିଆ ହୋ‌ଇଯାଏ l ୩. ଶସ୍ୟରେ ଲାଗୁଥିବା ଏକ ପ୍ରକାରର କଳା କଳା ପୋକ l ୪. ଭାଗ ନ ଦିଆଯାଇ କେବଳ ଖଜଣା ପାଇଁ ର‌ଇତକୁ ଦିଆଯିବା ଜମି l

କ‌ଉଡ଼ି କାମ
ସୂତା ତିଆରି କ‌ଉଡ଼ି ମାଳ l

କ‌ଉଡ଼ିଖେଳ
୧. ବରକନ୍ୟାଙ୍କ କ‌ଉଡ଼ି ଖେଳ ରୂପକ ଆଚାର l ୨. କ‌ଉଡ଼ିକୁ ଗୋଟି କରି ଖେଳା ଯାଉଥିବା ଖେଳ l କ‌ଉଡ଼ି ଖେଳ ଦୁଇ ଜଣ ବା ଚାରି ଜଣଙ୍କ ମଧ୍ୟରେ ହୁଏ l କ‌ଉଡ଼ି ପାଲି ଅଥବା ଭୂଇଁରେ ଗାର କାଟି ଏଇ ଖେଳ ହୁଏ l କସିପାଞ୍ଜି ୬ କଟ କ‌ଉଡ଼ି ଦ୍ଵାରା, ଚାରି ଚ‌ଉକ ୪ କଟ କ‌ଉଡ଼ି ଦ୍ଵାରା, ଆଠ ପଚିଶ ୭ କଟ କ‌ଉଡ଼ି ଦ୍ଵାରା, ହାଡ଼ି ହାଡ଼ିକା ୬ କଟ କ‌ଉଡ଼ି ଦ୍ଵାରା ଟିପାଟିପି ୪ କଟ କ‌ଉଡ଼ି ଦ୍ଵାରା ଖେଳ ହୁଏ l ନାରୀ ଓ ପିଲାମାନେ ସାଧାରଣତଃ ଏଇ ଖେଳ ଖେଳନ୍ତି l

କ‌ଉଡ଼ିଭାଗିଆ
ଜାତି ମୁଖିଆଠାରୁ ସଂବାଦ ନେଇ ଜାତି ଭାଇଙ୍କ ଆଗରେ ପହଞ୍ଚାଉଥିବା ହାଟୁଆ ଜାତିର ବ୍ୟକ୍ତି l

କ‌ଉଡ଼ିମାଳ
୧. କ‌ଉଡ଼ିରେ କଣା କରି ସୂତାରେ ଗୁନ୍ଥା ଯାଉଥିବା ମାଳ l ୨. କ‌ଉଡ଼ି ଆକାରର ଗୁଳାରେ ଗୁନ୍ଥା ସୁନାହାର, କ‌ଉଡ଼ି ମାଳି l

କ‍‍ଉପ
ଛୋଟିଆ ଶିତଲୁଗା l

କ‌ଉପିନି
କୌପୁନୀ, କୌପିନ, କ‌ଉପୁନି, ଲେଙ୍ଗୁଟି, ଅଳ୍ପକନାରେ ଭିଡ଼ା ମାଲକଛା l

କ‌ଉଶ
କଠ‌ଉ, କଠାଉ, ପାଦୁକା


logo