logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କ‌ଇଁଆ
୧. କଞ୍ଚା ତେନ୍ତୁଳି l ୨. ମ‌ଇ ବା ସିଡ଼ିର ଫଳି, ଫଳି ଶେଷ ମୁଣ୍ଡରେ ଦିଆଯାଇଥିବା ଖିଲ l

କ‌ଇଁଚି
କତୁରୀ ପରି କଣ ବାଗରେ ଛନ୍ଦା ଯାଇଥିବା କାଠ, ଯାହା ଉପରେ ଶେଣି ରହିଥାଏ l

କ‌ଇଁଥା
୧. ଦରସିଝା l ୨. ପଥୁରିଆ ହୋ‌ଇଥିବା l

କ‌ଇଁ ବେଣ୍ଟ
କ‌ଇଁଫୁଲର ବୀଜ କୋଷ, ଏହା ଭିତରେ ମାଣ୍ଡିଆ ପରି ମଂଜି ଥାଏ, ଏହାକୁ ଶୁଖାଇବା ପରେ ଭାଜି ଲିଆ ତିଆରି କରାଯାଏ l

କ‌ଇଥ
ନାରଙ୍ଗ ଭଳି କଣ୍ଟାଯୁକ୍ତ ଗଛ ଓ ଏହାର ଫଳ l ଏହାର ଶସ କୋମଳ ଓ ଚେରୁଆ, ଏହାର ଖୋଳପା ଟାଣ ଓ ଗୋଲାକାର l

କ‌ଇ (ଇଁ)ଥା
ଭଲ ଭାବରେ ସିଝି ପାରି ନଥିବା ଟାଣ ହୋ‌ଇଥିବା ପରିବା, ଦରସିଝା ପରିବା l

କ‌ଇବଲ୍ୟ
କୈବଲ୍ୟ, ନିର୍ମାଲ୍ୟ, ମହାପ୍ରସାଦ, ଶୁଖିଲା ମହାପ୍ରସାଦ l

କ‍ଉ
ଏକ ପ୍ରକାରର ପଙ୍କୁଆ ମାଛ, କ‌ଉମାଛ l

କ‍‍ଉକ‌ଉଆ
ହଳଦୀ ଜାତୀୟ ବଣୁଆ ଗଛ l ଏହା ପୁରୁଷେ ଉଚ୍ଚା ବଢ଼େ, ଏହାର ପତ୍ର ମୋଡ଼ି ମୋଡ଼ିକା, ଏହାର ଫୁଲ ଧଳା ଓ ଫଳ ତିନି ପାଖୁଡ଼ା ବିଶିଷ୍ଟ l କଫ, ପିତ୍ତ, କୁଷ୍ଠ, କାଶ ଦୋଷ ନାଶ ପାଇଁ ଏହାର ମୂଳ ଔଷଧ ରୂପେ ଲାଗେ l

କ‌ଉକତରା
କଲିକତରା, କାଦୁଅ, ପଙ୍କ ଓ ସନ୍ତସନ୍ତିଆ ଜାଗାରେ ବଢୁଥିବା କୀଟ l


logo