logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଓଲୁଆ
ଶଗଡ଼ ହାଣ୍ଡି ଭିତରର କଣା ଅଖ ଦ୍ଵାରା ଘଷି ହୋ‌ଇ କ୍ଷୟ ନହେବା ପାଇଁ ଛିଦ୍ର ଭିତରେ ଦିଆଯାଇଥିବା ଲୁହାସମା l

ଓଶକା
ଅଶୋକାଷ୍ଟମୀ ଦିନ ଅଶୋକ କଢ଼ି ଦିଆନିଆ ହୋ‌ଇ ଦୁଇଜଣ ପରସ୍ପର ଭିତରେ ସ୍ଥାପନ କରିଥିବା ବନ୍ଧୁତ୍ଵ, ଦୁହେଁ ଦୁହିଁଙ୍କୁ ନାଁ ଧରି ନ ଡ଼ାକି କେବଳ 'ଓଶୋକା' ବୋଲି ଡ଼ାକନ୍ତି l

ଓଷଦ
ଭେଷଜ, ଜଡ଼ି, ବୁଟି ପ୍ରଭୃତି ରୋଗ ନିବାରଣ ପାଇଁ ପ୍ରୟୋଗ l

ଓଷଦ କରିବା
ତନ୍ତ୍ର ବା ଜଡ଼ିବୁଟି ପ୍ରୟୋଗ କରି ଅନ୍ୟର ଅନିଷ୍ଟ କରିବା, ଅନ୍ୟକୁ ଅକ୍ତିଆରରେ ରଖିବା l

ଓଷା
ଉପବାସ, ଅନଶନବ୍ରତ l ନାରୀମାନେ ବ୍ରତ କରନ୍ତି, ପୁରୁଷମାନେ ଓଷା ପାଳନ୍ତି l ମାତ୍ର ଓଡ଼ିଶାରେ ନାରୀମାନେ ବଡ଼ଓଷା,ଜହ୍ନିଓଷା, ବାଟମଙ୍ଗଳା ଓଷା, ନାଗଲ ଚ‌ଉଠି ଓଷା, ପଣ୍ଡୁଓଷା, ଦ୍ଵିତୀୟାଓଷା, ବାଟଓଷା, ମଙ୍ଗଳାଓଷା ଇତ୍ୟାଦି ଅନେକ ପ୍ରକାରର ଓଷା ପାଳନ କରନ୍ତି l

ଓଷାଉଯୁଆଁ
ଓଷା ବା ବ୍ରତ ପାଳନର ସମାପ୍ତି ଓ ତଜ୍ଜନିତ କର୍ମ l

ଓଷେଇତି
ଓଷା ପାଳିଥିବା ନାରୀ l

ଓସର
ଗର୍ଭଧାରଣ କରିବାକୁ ଉପଯୁକ୍ତ ଥିବା ଗାଈ l

ଓହଳା
ନଡ଼ା ବାଉଁଶ ତିଆରି ଛୋଟ ଚାଳି l

ଓହଳାନଡିଆ
ଝଡ଼, ବତାସ ହେତୁ ଯେଉଁ ନଡ଼ିଆ କାନ୍ଦି ଗଛରୁ ତଳକୁ ଓହଳିଥାଏ ଓ ଏହାର ନଡ଼ିଆ ପୁଷ୍ଟ ହୋ‌ଇ ନଥାଏ l


logo