logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଓର୍‌ଲି ଘର
ନଡ଼ାଛୁଆଣି ଘର l

ଓରା
୧. କାନ୍ଥ ଉପରେ ପଡ଼ିଥିବା ମୋଟା ଆଡ଼ିକାଠ, ଏହା ଉପରେ ଥିବା ଖୁଣ୍ଟରେ ଶେଣି ରଖାଯାଏ l ୨, ମଦଘଡ଼ା, ମଦ ସଂଗ୍ରହ ପାଇଁ ଖଜୁରି ଗଛରେ ବସାଯିବା ମାଟିଘଡ଼ି l

ଓରି
ଛୋଟପଟାଳି, ଛୋଟକିଆରି l

ଓରିଆଣି
ରୋଷେଇ ପାଇଁ ଫୁଟୁଥିବା ପାଣି l

ଓଳକି/ଓଳକି/ଓଳଗି
ନମସ୍କାର, ପ୍ରଣାମ l

ଓଲୁଅ
ମାଟିଆଳୁ ପରି ମାଟି ଭିତରର ଫଳ, ଏହା ଖାଇଲେ ପାଟି ଗଲୁ ହୁଏ l ଏହାର ଅନେକ ଔଷଧୀୟ ଗୁଣ ଅଛି l

ଓଲମ
୧. ଘରଡ଼ିହ ଚାରିପାଖରେ ଥିବା ଉର୍ବର ଜମି l ୨. ସୂତାରେ ବନ୍ଧା ହୋ‌ଇ ତଳକୁ ଓହଳିଥିବା ନଟୁ ଆକୃତିର ଲୁହାଖଣ୍ଡ l

ଓଲମିଛି
ଡାଡିଆଁ, ଡାଳମାଙ୍କୁଡ଼ି ଖେଳ l

ଓଳା
ଝାଡୁ, ଛାଞ୍ଚୁଣି ଦ୍ଵାରା ଅଳିଆ ସଫା କରିବା କାମ l

ଓଲାଦେବୀ
ହ‌ଇଜା ରୋଗ ଭଲ ହେବା ପାଇଁ ପୂଜିତା ଠାକୁରାଣୀ l ଦେବୀଙ୍କୁ ଶାନ୍ତ କରିବାକୁ ପଣାହାଣ୍ଡି ନୈବେଦ୍ୟ କରାଯାଉଥିଲା l


logo