logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଓଡ଼ ଦେବା
ଜମିକୁ ଥରେ ମାତ୍ର ହଳ କରିବା l

ଓଡ଼ଶ
ଖଟମଲ, ଛାରପୋକ, ଏମାନେ ମଣିଷ ଦେହରୁ ରକ୍ତ ଶୋଷି ନିଅନ୍ତି l

ଓଡ଼ା
ଚାହାଳିରେ ପିଲାଙ୍କ ବର୍ଣ୍ଣ ପରିଚୟ କରିବା ନିମିତ୍ତ ଅବଧାନଙ୍କ ଦ୍ଵାରା ବ୍ୟବହୃତ ବ୍ୟଂଜନ ବର୍ଣ୍ଣର ବିବିଧ ଚିହ୍ନ l

ଓଡ଼ାଙ୍କ
ନିର୍ଦ୍ଦିଷ୍ଟ ନିୟମରେ ମିଶା ଯାଉଥିବା କ୍ରମ ଉର୍ଦ୍ଧ୍ଵ ଅଙ୍କ ଗୁଡ଼ିକର ମିଶାଣ l

ଓଡ଼ାବାଡ଼ି
ଓ'କାର ଓ ବ୍ୟଞ୍ଜନ ବର୍ଣ୍ଣରେ ଯୋଡ଼ାଯିବା ଚିହ୍ନ l ଓଡ଼ାଟି ବର୍ଣ୍ଣ ପୂର୍ବରେ ଓ ବାଡ଼ିଟି ବର୍ଣ୍ଣ ପରେ ଲାଗେ l

ଓଡ଼ିଆଣୀ
କଟି ମେଖଳା, କଟିବନ୍ଧା ଅଳଂକାର l

ଓଢ଼
ଲୁଗାର ଲମ୍ବଆଡ଼ର ସୂତା, ଟାଣି ସୂତା l

ଓତା
କାନ୍ଧରୁ ଅଣ୍ଟା ପର୍ଯ୍ୟନ୍ତ ପଡିବା ପତଳା ଚଦର l

ଓତୁ
ଜାଲର ଆଡ଼ ବାଗର ସୂତା, ଭରଣି ସୂତା l

ଓଥରା
ବୟସ ଗଡ଼ିଯାଇଥିଲେ ମଧ୍ୟ ଅବିବାହିତ ରହିଥିବା ବ୍ୟକ୍ତି l


logo