logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଓଗେର
ଇତ୍ୟାଦି, ପ୍ରଭୃତି l

ଓଜଳିବା
ନିଆଁରେ ତତାଇ ପୁଟ ଦେଇ ଅଳଂକାରାଦିକୁ ଉଜ୍ଜ୍ଵଳ କରିବା l

ଓଝା
୧. କମାର l ୨. ଗଣିତ ଶିକ୍ଷକ, ଅବଧାନ l ୩. ଭୂତ ଛଡ଼ାଉଥିବା ଗୁଣିଆ l

ଓଟବନ୍ଦି
ପଡ଼ିଆ ଜମିକୁ ଆବାଦ କରିବାକୁ ଜମିଦାର ଓ ପ୍ରଜାଙ୍କ ମଧ୍ୟରେ ହେଉଥିବା ଚୁକ୍ତି l

ଓଟରା ପଡ଼ିବା
୧. ବଢ଼ି ଛାଡ଼ିବା ସମୟରେ ସ୍ରୋତର ବେଗ ବଢ଼ିବା l ୨. ମରୁଡ଼ିରେ ଫସଲ ହାନିହେବା l

ଓଡ଼
୧. ଓଡ଼ିଆ ଚଷାଙ୍କ ଜାତି l ୨. ଜମିରେ ଥରକର ହଳ ମଡ଼ାଣ l

ଓଡ଼ଣ
ସୀସା ପେନ୍‌ସିଲ୍‌ l

ଓଡ଼ (ଢ଼)ଣ ଷଷ୍ଠୀ
ମାର୍ଗଶିର ଶୁକ୍ଳ ଷଷ୍ଠୀରେ ଦିଅଁଙ୍କ ଘୋଡ଼ାଲାଗି ବା ଶୀତବସ୍ତ୍ରଲାଗି ଉତ୍ସବ l

ଓଡ଼ (ଢ଼)ଣା
ନାରୀମାନଙ୍କ ମଥା ଉପରେ ପକାଯିବା ମୁହଁଢଙ୍କା ବସ୍ତ୍ର l

ଓଡ଼ (ଢ଼)ଣି
ଉପୁରାଣ, ଲୁଗା ଉପରେ ମୁହଁଘୋଡ଼ା ବହିର୍ବାସ l


logo