logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଏନ୍ତୁଡ଼ିଶାଳ
ପ୍ରସୂତିଘର l ଏଇଠାରେ ପ୍ରସୂତି, ଶିଶୁ ପ୍ରସବ କରେ l ନିଆଁ ଉହ୍ମେଇରେ ନିଆଁ ଲଗାଇ ଏଇଠାରେ ଶିଶୁକୁ ସେକାଯାଏ l

ଏମାରହାଣ୍ଡି
ଦୁଇ ସେର ଚାଉଳ, ଅନ୍ନ ମହାପ୍ରସାଦ ଧରିବା ଭଳି ହାଣ୍ଡି l

ଏରୁଣ୍ଡି ବନ୍ଧ
ଚୌକାଠର ତଳ ବନ୍ଧ l

ଐରିଗ‌ଉଡ଼
କଣ୍ଢେଇ ନାଟ କରୁଥିବା ଏକ ଶୂଦ୍ର ଜାତି ବିଶେଷ l

ଐହ୍ୟ ଡେଙ୍ଗୁରା
ସଧବା ନାରୀ ସ୍ଵାମୀ ଥାଇ ଆଗେ ମୃତ୍ୟୁ ବରଣ କଲେ ତା'ର ମୃତ୍ୟୁ ଶୋଭାଯାତ୍ରାରେ ବାଜୁଥିବା ନାଗରା l

ଓ‌ଉ
ଉଆଉ, ଅମ୍ଳଫଳ ବିଶେଷ l ଏଇ ଫଳକୁ କାଟି ଏହାକୁ ଖଟା, ରାଇ ଇତ୍ୟାଦି କରାଯାଏ l

ଓକରି
ଢିଙ୍କିରେ ଧାନ କୁଟିବା ବେଳେ ସୁଙ୍କେଇବା ପାଇଁ ବ୍ୟବହୃତ ବାଡ଼ି l

ଓକାଳ
ବାନ୍ତି l

ଓଖର
କ୍ଷୀର l

ଓଗାଳ
ଦୋଳ ଯାତ୍ରା ସମୟରେ ଗୋପାଳମାନଙ୍କ ଲ‌ଉଡ଼ି ଖେଳ ବେଳର ପ୍ରଶ୍ନୋତ୍ତର ଭିତ୍ତିକ ଗୀତ l ଗୋପାଳମାନେ ହାତରେ ବାଡ଼ି ଧରି ଅଣ୍ଟାରେ ଘଣ୍ଟି ଓ ଘାଗୁଡ଼ି ବାନ୍ଧି ଦଳବଦ୍ଧ ହୋ‌ଇ ପ୍ରଶ୍ନ ଗୀତ ଗାଆନ୍ତି, ଅନ୍ୟ ଦଳେ ତାହାର ଉତ୍ତର ଗୀତରେ ଦିଅନ୍ତି l


logo