logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଉଲାଇବା
ଘର ଛାଆଁଣି ବେଳେ ଘରର ପୁରୁଣା ଛପରକୁ ଓଟାରିବା l

ଉଷୁଆଁ
ଉଷୁନା ଚାଉଳ ପ୍ରସ୍ତୁତି ପାଇଁ ଧାନକୁ ପାଣିରେ ଦୁଇଥର ସିଝାଇବା l

ଉଷୁଆଁହାଣ୍ଡି
ଯେଉଁ ହାଣ୍ଡିରେ ଧାନ ଉଷୁଆଁଯାଏ l

ଉଷୁନା
ଉଷୁଆଁ ହୋ‌ଇଥିବା ଧାନରୁ ପ୍ରସ୍ତୁତ ଚାଉଳ l

ଉଷୁନାଓଳି
ଘରର ମଥାନ ଠାରୁ ଓଳି ପର୍ଯ୍ୟନ୍ତ ଲମ୍ବିଥିବା ଢ଼ାଲୁ ଚାଳ l

ଉଷୁମ
ଗୋରୁ ଗାଈଙ୍କୁ ଖୋ‌ଇବା ନିମିତ୍ତ ପ୍ରସ୍ତୁତ ଉଷ୍ମ ପାନୀୟ l

ଉହା
୧. କମାରର ଚୂଲା l ୨. କୁମ୍ଭାରର ଚୁଲା, ଏଥିରେ ହାଣ୍ଡି ପୋଡ଼ାଯାଏ l ୩. ଲୁହାକୁ ଧାର କରିବା ପାଇଁ ଘଷା ଯାଉଥିବା ଧାରଯନ୍ତ୍ର l ୪. ଧାତୁ ଆଦି ଆଉଟିବା ପାତ୍ର, କୋ‌ଇ l

ଉହାଡ଼
୧. ଘର ଭିତରର ବାଘମୁହିଁ, ଅଧାକାନ୍ଥି ଥିବାରୁ ବାହାର ଲୋକ ଭିତରକୁ ଦେଖିବା ସମ୍ଭବ ହୁଏ ନାହିଁ l ୨. ପାଲିଙ୍କି ଉପରେ ଛତି, ଆବରଣ ବସ୍ତ୍ର l୩. ଢ଼ାଲ, ଆଡେଣି l

ଉହ୍ମେଇ
୧. ନିଆଁ ପୋ‌ଇଁବା ପାଇଁ ବ୍ୟବହୃତ ପଲମ l ୨. ବଣିଆମାନେ ନିଆଁ ଜଳାଇ ରଖିବା ପାଇଁ ବ୍ୟବହାର କରୁଥିବା ନିଆଁ ଖପରା l

ଊଷର
୧. ଖାରିଆ, ଲୁଣାମାଟି l ୨. କୃଷି ପାଇଁ ଅନୁପଯୁକ୍ତ ଭୂମି l ୩. ଟାଙ୍ଗରା ଭୂଇଁ l


logo