logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଉପରାଣ
ଓଢ଼ଣି, ନାରୀମାନେ ପିନ୍ଧାଲୁଗା ଉପରେ ଘୋଡ଼ାଇ ହେଉଥିବା ଚାଦର l

ଉବ୍‌ରା
ଦେବଭୋଗକୁ ଦେବତାଙ୍କୁ ସମର୍ପଣ ନ କରୁଣୁ ଆପେ ବ୍ୟବହାର କରିବା l

ଉବାରହେବା
ସଙ୍ଗମ ପାଇଁ ଗାଈ ଗରମ ହେବା l

ଉମେ (ମ୍ଭ)ଇ.
ନିଆଁ ପୋ‌ଇଁବା ପାଇଁ ନିଆଁରଖା ଚ‌ଉଡ଼ା ମୁହାଁ ମାଟିପାତ୍ର, ଅଙ୍ଗାରଧାନୀ l

ଉଯୁଆଁ
ବ୍ରତ, ପୁରାଣପାଠ, ଓଷାଦି କାର୍ଯ୍ୟର ପରିସମାପ୍ତି l

ଉରା. ଓରା.
୧. ମଦ ଭାଣ୍ଡ l ଖଜୁରି ଗଛରୁ ମଦ ସଂଗ୍ରହ ପାଇଁ ବନ୍ଧା ହେବା ସରୁ ମୁହଁ ଥିବା ମାଠିଆ l ୨. ଘରର କାନ୍ଥ ଉପରେ ଥିବା ଆଡ଼ିକାଠ, ଯାହା ଉପରେ ଥିବା କାଠ ଉପରେ ଶେଣି ରଖାଯାଏ l

ଉରି
ବନ୍ଧୁବେଭାର l ବାହା, ବ୍ରତରେ ବନ୍ଧୁ ଘରକୁ ପଠାଯାଉଥିବା ବେଭାର l

ଉଲଚ୍ଛା
ଚାଳ ଘରର ଓଳି l

ଉଲାଖ
ଜିନିଷ ଉପରେ ନାଁ ଲେଖିବା l

ଉହାର
ଶଗଡ଼ର ପଛପାଖ ଓଜନିଆ ହେଲେ, ଗାଡ଼ିର ଯୁଆଳି ବଳଦଙ୍କ କାନ୍ଧରୁ ଟେକି ହୋ‌ଇଯିବା l


logo