logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଉତିଆଣି
ଦୁଧଖିଆ ଛୁଆ, ଶିଶୁ l

ଉଦ୍‌ଲିଆ
ବିବାହିତା ବା ଅବିବାହିତା ନାରୀ ନିଜ ମନୋନୀତ ପୁରୁଷ ସହିତ ଯାଇ ସ୍ତ୍ରୀ ଭାବରେ ରହିବା l

ଉଦ୍ଦଣ୍ଡ
ଠିଆ କୀର୍ତ୍ତନ, ଉଚ୍ଛ୍ଵସିତ ନୃତ୍ୟ ସହିତ କୀର୍ତ୍ତନ l

ଉଦ୍ଦଣ୍ଡ ବାଦ୍ୟ
ମୃଦଙ୍ଗଦି ବାଦ୍ୟରେ ଉନ୍ମତ୍ତ ତାଳ ବାଦନ l

ଉଦା
ବୁଆଧାନ ଖାଇବାକୁ ଗୋରୁଙ୍କୁ କିଆରିରେ ଛାଡ଼ିଦେବା l

ଉଦେଖେଚୁଡ଼ି
ଶାମ୍ବ ଦଶମୀରେ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଙ୍କୁ ନୈବେଦ୍ୟ କରାଯାଉଥିବା ପ୍ରଥମ ଖେଚୁଡ଼ି ଭୋଗ l

ଉଧାଣି
ଭାତରନ୍ଧା ପାଇଁ ଜଳନ୍ତା ଚୁଲିରେ ବସାଯାଇଥିବା ପାଣି ହାଣ୍ଡି l

ଉପନପାଳି
ଦେବୀ ପୂଜା ପାଇଁ ପୂଜା ସାମଗ୍ରୀ ଦେବା ପାଇଁ ନିର୍ଦ୍ଦିଷ୍ଟ ଦିନରେ ନିର୍ଦ୍ଦିଷ୍ଟ ଗୃହସ୍ଥର ପାଳି l

ଉପରମୂଲିଆ
ଘରଛାଆଣି ବେଳେ ଚାଳ ଉପରେ ଚଢ଼ି ଛପର କରୁଥିବା ମୂଲିଆ l

ଉପୁରିମୂଲିଆ
ନିୟମିତଃ କାମ କରୁଥିବା ମଜୁରିଆ ବ୍ୟତୀତ ଅଧିକା ମୂଲିଆ l


logo