logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଉଠାଚୁଲି
ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରୁଥିବା ଛୋଟ ଚୁଲି, ଏହା ମାଟି ପଲମ, ମାଟି ଟାଇଲ୍‌ ଉପରେ ତିଆରି ହୋ‌ଇଥାଏ l

ଉଠାପାଣି
କୂଅ ବା ପୋଖରୀରୁ ନିଆଯାଇ ଚାଷକାମରେ ଲଗାଯାଉଥିବା ପାଣି l

ଉଠାମାଛ
ବର୍ଷା ହେଲେ ସୁଅର ବିପରୀତ ଦିଗରୁ ଉଠି ଆସୁଥିବା ମାଛ l

ଉଠିଆ
୧. ଆବାଦ ହୋ‌ଇଥିବା ଜମି l୨. ଫସଲ ବିଲରୁ ଉପୁଡ଼ା ବା କଟା ହୋ‌ଇଯିବା l ୩. ନୂଆ ବୁଆ ଧାନ ଗଛ l ୪. ମାଗଣା ଭୋଜନ l ୫. ନୂଆ ବୁଆ ଧାନକୁ ଗୋରୁ ଖାଇବା l ୬. ଫସଲ କ୍ଷେତରୁ ଅମଳ ହେବା ପରେ କ୍ଷେତରେ ଉଠିଥିବା ଘାସ ଓ ଫସଲର ଅବଶିଷ୍ଟାଂଶକୁ ଗୋରୁ ଖାଇବା l

ଉଠିଆରି
ଶିଶୁଜନ୍ମ ହେବାର ଅଷ୍ଟମ ଦିନ ପାଳିତ ବିଧାନ; ପ୍ରସୂତିଶାଳାରୁ ଏଇଦିନ ଏନ୍ତୁଡ଼ିନିଆଁ, ପାଉଁଶାଦି ଉଠାଇ ନିଆଯାଏ l

ଉଠିଆରି ଗାଧୁଆ
ଶିଶୁ ଜନ୍ମ ହେବାର ଅଷ୍ଟମ ଦିବସରେ ମାତା ଓ ଶିଶୁର ପ୍ରଥମ ସ୍ନାନ l

ଉଠିବାଟି
ପଡ଼ିଆ ଜମିକୁ ଚାଷ କରିବା ପାଇଁ, ଜମିଦାରଙ୍କ ସହିତ ପ୍ରଜାଙ୍କ ଚୁକ୍ତି l

ଉଡ଼ା
ଗାଈ ଗୋରୁଙ୍କ ଘାଆ ଆରୋଗ୍ୟ କରିବା ପାଇଁ ବ୍ୟବହୃତ ଟୁଣୁକା ଔଷଧ l

ଉଡାଇବା
ଗୃହପାଳିତ ମାଈ ପଶୁଙ୍କୁ ଅଣ୍ଡିରା ପଶୁ ସହିତ ସଙ୍ଗମ କରାଇବା l

ଉଡାପର୍ବ
ପଣା ସଂକ୍ରାନ୍ତି ଦିନ ହେଉଥିବା ଚଡ଼କପୂଜା l ଶିବାଳୟ ନିକଟରେ ଶୈବ ଓ ଦେବୀମନ୍ଦିର ନିକଟରେ ଶାକ୍ତ ଭକ୍ତମାନେ ଉଚ୍ଚ ଖୁମ୍ବ ଉପରେ ବନ୍ଧା ହୋ‌ଇଥିବା ଉଡ଼ା ପଟାରେ ଝୁଲିବା ଇତ୍ୟାଦି କାୟାକ୍ଳେଶ ବରଣ ପ୍ରଭୃତି ପର୍ବ l


logo