logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଉଚ୍ଚାଟପେଶା
ଅନ୍ୟର ଅସ୍ଥିରତା ପାଇଁ ମନ୍ତ୍ର ଯନ୍ତ୍ର ପ୍ରୟୋଗ l

ଉଚ୍ଛ
ବିବାହର ଦ୍ଵିତୀୟ ଦିବସ ଓ ବ୍ରତର ଦ୍ଵିତୀୟ ଦିବସରେ ବ୍ରହ୍ମଚାରୀ ଓ ବରକନ୍ୟା ବନ୍ଦାଣ l ନାରୀମାନେ ବାଉଁଶ ପାଛିଆରେ ଖପରା ପୂରାଇ ଖପରାକୁ ମାଛ ବୋଲି ଛଳନାରେ ବିକି ବନ୍ଧୁବାନ୍ଧବଙ୍କ ଠାରୁ ପ‌ଇସା ଆଦାୟ କରି ଭୋଜି କରନ୍ତି l

ଉଚ୍ଛୁଣା
ଘର ଚାଳର ଓଳି l

ଉଜି
ପଶାଖେଳର ଗୋଟିଏ ପକ୍ଷ ସାଙ୍ଗ ଖେଳାଳିରୁ ଜଣେ l

ଉଜୁଆଁ
ଓଷା, ବ୍ରତାଦି ଧର୍ମାନୁଷ୍ଠାନର ସମାପ୍ତି l

ଉଝନିବା
ଉଷୁଆଁ ହେବା ସମୟରେ ହାଣ୍ଡିକୁ ଧରି ଧାନକୁ ଓଲଟପାଲଟ କରିବା l

ଉଝଳା
କୂଅ, ପୋଖରୀ ଇତ୍ୟାଦିରୁ ମ‌ଇଳାପାଣି ଓ ପଙ୍କ ପ୍ରଭୃତି ଉଦ୍ଧାର କରି ପରିଷ୍କାର କରିବା l

ଉଞ୍ଚ
ବିଲରେ ଧାନକଟା ହେବା ପରେ ପଡ଼ିଥିବା ଧାନକୁ ଗୋଟାଇବା l

ଉଞ୍ଜ
ବଜା, ବାଉଁଶ ପାତିଆରେ ତିଆରି ମାଛଧରା ଉପକରଣ l

ଉଠ୍‌ମନ୍‌
ଏକବାର, ଉପାସ ପୂର୍ବଦିନର ଅଧିବାସ l


logo