logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଉଖୁଡ଼ା
ଗୁଡ଼ରେ ପାକ ହୋ‌ଇଥିବା ଖ‌ଇ, ମୁଢ଼ି, ଚୁଡ଼ାଭଜା ଇତ୍ୟାଦି ମିଷ୍ଟାନ୍ନ l

ଉଖୁଣୀ
ଧାନ ବେଙ୍ଗଳା ପକାଇ ପାଳକୁଟା ବାହାର କରିବା ପାଇଁ ବ୍ୟବହୃତ ବଙ୍କା ବାଡ଼ି l

ଉଖୁରା
୧. ବେଶି ଡ଼ାଲି ଓ ଅଳ୍ପ ଚାଉଳ ଭାଜି ତିଆରି ହୋ‌ଇଥିବା ଯାଉ l ୨. ଚୁଲିର ଜାଲକୁ ଉଖାରିବା ପାଇଁ ବ୍ୟବହୃତ ଗେଞ୍ଜଣା ଡ଼ାଙ୍ଗ l

ଉଗାଳ
ଗୋପାଳଙ୍କ ଓଗାଳ ଗୀତ l

ଉଗୁଜା
ମୁଢ଼ି ଭାଜିବା ପାଇଁ ଲୁଣ ମିଶା ଅଳ୍ପ ପାଣିରେ ମୁଢ଼ି ଚାଉଳକୁ ଓଦା କରି ଭାଜିବା l କେତେକ ସ୍ଥାନରେ ଉବୁଜା l

ଉଗୁଡ଼ା
ଗରା, ମାଠିଆ, ହାଣ୍ଡି ଇତ୍ୟାଦିକୁ ତଳମୁହାଁ କରି ରଖିବା, ଓଲଟାଇ ରଖିବା l

ଉଗୁରା
ବଳକା ରହିଥିବା ହଳଦୀ ବା ବେସର ବାଟଣ l

ଉଘାଡ଼
ଘର ଭିତରେ ଜିନିଷ ପତ୍ର ରଖିବା ପାଇଁ ବ୍ୟବହୃତ ମଞ୍ଚା ବା ଭାଡ଼ି l

ଉଘାରି
କ୍ଷେତ ଜଗୁଆଳ l

ଉଚ୍ଚଲ
ଗଞ୍ଜପାଖେଳରେ ବିପକ୍ଷ ଖେଳାଳି ହାତରେ ରାଜା, ମନ୍ତ୍ରୀ ରହିବା ପରେ, ନିଜେ ଖେଳାଳି ଏକା, ଦୁଇ ମାଧ୍ୟମରେ ଖେଳ ଚାଲୁ ରହିବା l


logo