logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଖଜୁରିପିଞ୍ଛ
ଖଜୁରି ପତ୍ରରେ ତିଆରି ଚ‌ଅଁର, ଛାଞ୍ଚୁଣି, ଝାଡୁ l

ଖଜୁରିରସ
ଖଜୁରି ଗଛରୁ ଝରିବା ରସ, ତାଡି l ସୂର୍ଯ୍ୟୋଦୟ ପୂର୍ବରୁ ଏହାକୁ ସଂଗ୍ରହ କରାଗଲେ ଏହାକୁ ନୀରା କୁହାଯାଏ l ସୂର୍ଯ୍ୟକିରଣ ପଡିବା ମାତ୍ରେ ଏହାକୁ ତାଡି ବା ମଦ କୁହାଯାଏ l

ଖଞ୍ଜଣି
ଏକ ମୁହଁରେ ଚମଡ଼ା ଛାଉଁଣି ହୋ‌ଇଥିବା କାଠ ତିଆରି ବାଦ୍ୟଯନ୍ତ୍ର l ଏଥିରେ ପିତଳ ଗିନି ଓ ଘୁଙ୍ଗୁର ଲାଗିଥାଏ l ଏହାକୁ ଗୋଟିଏ ହାତରେ ଧରି ଅନ୍ୟ ହାତରେ ଆଙ୍ଗୁଳି ଦ୍ଵାରା ବଜାଯାଏ l

ଖଞ୍ଜଣିଭଜନ
ମେଳାଦି ଅନୁଷ୍ଠାନରେ ଖଞ୍ଜଣି ବାଦ୍ୟ ଓ ତାଳ ସହିତ ବୋଲାଯିବା ଭଜନ l

ଖଞ୍ଜା
ଚ‌ଉଦିଗରେ ଘର ବା ପାଚିରି ଘେରା ସ୍ଥାନ, ଦୁଆର, ଅଗଣା l

ଖଞ୍ଜାପାହୁଡ
ପାଦର ଅଳଂକାର l

ଖଞ୍ଜା(ନ୍ଦା)ଶାଳ
ବହୁଲୋକ ଖାଇବା ପାଇଁ ଅଥବା ଭୋଜି ରୋଷେଇ ପାଇଁ ତାଟ ଘେରାଇ ହୋ‌ଇଥିବା ଅସ୍ଥାୟୀ ରୋଷଶାଳ l

ଖଟ
କାଠତିଆରି ଚାରି ଗୋଡ ଥିବା ଶୋ‌ଇବା ଆସନ l

ଖଟଖୁରା
ଖଟର ଗୋଡ l

ଖଟଣି
୧. ଦେବତା, ରାଜାଙ୍କର ଦୈନିକ ସେବା ନୀତି l ୨. ଦିଅଁ ଦେବତାଙ୍କ ନିକଟରେ ଖଂଜା ହୋ‌ଇଥିବା ଦୈନିକ ଭୋଗ l ୩. ଦିଅଁଙ୍କଠାରେ ଭୋଗ ଲାଗି ହେବା l


logo