logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୋଣ
୧. ବାଦ୍ୟଯନ୍ତ୍ର, ଢୋଲ, ଖଞ୍ଜଣି l ୨. ବୀଣା, କେନ୍ଦେରା ଇତ୍ୟାଦି ବଜାଇବାର ଛଡି, କମାଣି l ଏଥିରେ ତାର ବନ୍ଧାଥାଏ ଓ ଏହାକୁ ବୀଣା ବା କେନ୍ଦରା ତାରରେ ଘଷିଲେ ସ୍ଵର ବାହାରେ l

କୋଣକାଣ୍ଡ
କଣକାଣ୍ଡ, ମ‌ଉଡମରା ଚାଳଘର କୋଣରେ ଥିବା କାଠ ବା ବାଉଁଶର କାଣ୍ଡ l

କୋଣ୍ଡା
କୁହୁଣ୍ଡା, ଚୌକାଠରେ ଏହା ଲାଗିଥାଏ ଓ ଏଥିରେ ଜଂଜିର ଲଗାଯାଇଥାଏ l

କୋଣ୍ଡି
ମାଟି ତିଆରି ଘଡ଼ି l

କୋତ
ବଡ ତେଲ ମାଠିଆ, ପାଣିମାଠିଆ l

କୋତକା
ଭାଙ୍ଗ ଘୋଟିବା ଠେଙ୍ଗା, ମୂଷଳ l

କୋତରା
ମଳିଚିଆ, ଅତିକଳା, ଅସନା l

କୋତରାଗୁଡ
ଅତି କଳା ରଙ୍ଗର ଅପରିଷ୍କାର ଗୁଡ l

କୋତକାଲୁ
ଅତିମୋଟା,କୋଦା l

କୋଥଳି
ଯେଉଁ ମୁଣିରେ ନିତ୍ୟ ବ୍ୟବହାର୍ଯ୍ୟ ପୂଜା ସାମଗ୍ରୀ ଯଥା ଚନ୍ଦନ, ସିନ୍ଦୂର, ତିଳକ, ଜପାମାଳି, ପାତ୍ରୀ, ନିର୍ମାଲ୍ୟ ଇତ୍ୟାଦି ରଖାଯାଇଥାଏ l


logo