logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୋଠଖଳା
୧. ଗ୍ରାମବାସୀଙ୍କ ଇଜମାଲି ଶସ୍ୟ ଅମଳ ହେଉଥିବା ଖଳା l ୨. ଯେଉଁ ଖଳାରେ ଗ୍ରାମବାସୀ ନିଜ ନିଜର ଶସ୍ୟ ଆଣି ଜମା କରନ୍ତି ଓ ଅମଳ କରନ୍ତି l

କୋଠଘର
୧. ଅନେକ ପରିବାରର ମାଲିକାନା ଥିବା ଘର l ୨. ଗ୍ରାମର ସର୍ବସାଧାରଣଙ୍କ ବ୍ୟବହାର ନିମିତ୍ତ ଉଦ୍ଦିଷ୍ଟ ଘର l

କୋଠଚାଷ
ଇଜମାଲି ଚାଷ l

କୋଠଧନ
ଇଜମାଲି ଧନ l

କୋଠପୁଅ
୧. ଜନ୍ମିତ ପିତା ଓ ପାଳକ ପିତାର ସଂପତ୍ତି ଭୋଗ କରୁଥିବା ପୁଅ l ୨. ଜାରଜ ସନ୍ତାନ l

କୋଠଭୋଗ
୧. ଦେବତାଙ୍କ ନିକଟରେ ପ୍ରତ୍ୟହ ଭୋଗ ହେବା ପାଇଁ ଖଞ୍ଜା ଯାଇଥିବା ନିର୍ଦ୍ଦିଷ୍ଟ ଭୋଗ l ୨. ଗ୍ରାମବାସୀଙ୍କ ମିଳିତ ଭେଦା ଚାନ୍ଦାରେ ଦେବତାଙ୍କ ନିକଟରେ ହେଉଥିବା ଭୋଗ l

କୋଠସଂପତ୍ତି
ଇଜମାଲି ସଂପତ୍ତି, ବହୁ ମାଲିକାନା ଥିବା ସଂପତ୍ତି l

କୋଠା
୧. ପକ୍କାଘର l ୨. ପଶାପାଲି l

କୋଠି
୧. ଶସ୍ୟାଗାର, ମ‌ରେଇ l ୨. ଚିତାମୁରୁଜର ମଣ୍ଡଳ l ୩. ଭୂମିରେ ଅଙ୍କିତ ଘର l ୪. କୋଠରି, ବଖରା l ୫. ଡାକବଙ୍ଗଲା l ୬. ବେଶ୍ୟାବାଡ଼ି l

କୋଠିଆ
୧. ଖମାରିଆ l ୨. ଚାଷ କରିବା ପାଇଁ ଏକ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତ ମୂଲିଆ l ୩. ଶସ୍ୟାଗାର ରକ୍ଷକ l


logo