logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୋଚିଆ
ସାପ ପରି ଛୋଟ ଜଳଚର ସରୀସୃପ l

କୋଚିଳା
ଏକ ବଣୁଆ ଗଛ ଓ ଫଳ l ଏହି ଫଳରେ ଔଷଧୀୟ ଗୁଣ ଅଛି l ଏଥିରେ ଏକାଧିକ ଚେପେଟା ମଞ୍ଜି ଥାଏ l

କୋଚିଳାଖାଇ
କୋଚିଳା ଫଳ ଆହାର କରୁଥିବା ବଣୁଆ ଚଢେଇ l ଏହାର ରଙ୍ଗ ଧଳାକଳା, ଥଣ୍ଟ ଚେପେଟା ଓ ପୋଲା l ଗଣ୍ଠିବାତ, ଶ୍ଵାସାଦି ରୋଗ ନିରାକରଣ ପାଇଁ ଏଇ ଚଢେଇ ଖିଆଯାଏ l

କୋଜାଗରପୁନେଇଁ
କୁଆଁର ପୁନେଇଁ l

କୋଟିଆ
ଏକ ଶୂଦ୍ର ଜାତି ବିଶେଷ l

କୋଟିକମ
ବିବିଧ ଚିତ୍ର ଓ କାରୁକାମ l

କୋଠ
୧. ବହୁମାଲିକାନା l ୨. ସର୍ବସାଧାରଣ ଅଧିକୃତ l ୩. ଅନେକଙ୍କ ଦ୍ଵାରା ଏକତ୍ର ବ୍ୟବହୃତ l ୪. ବଡ଼ଘର l ୫. ଶସ୍ୟାଗାର l ୬. ପଶା ପାଲିର ଘରା l ୭. ହାକିମଙ୍କ ବଙ୍ଗଳା l

କୋଠକରଣ
ଠାକୁରଙ୍କ ଭୋଗାଦିର ତତ୍ତ୍ଵାବଧାରକ କର୍ମଚାରୀ l

କୋଠକାଠ
ଗ୍ରାମବାସୀଙ୍କ ଏକତ୍ର ଅଧିକୃତ ସଂପତ୍ତି l

କୋଠଖମାର
ଜମିଦାରଙ୍କ ନିଜ ଚାଷ ଓ ଜଗୁଆଳି ଚଷାର ଅମଳ ଶସ୍ୟର ଏକତ୍ର ଖଳା, ଭଣ୍ଡାର l


logo