logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କେରାଣ୍ଡି
କରାଣ୍ଡି, କାତିଥିବା ଏକ ପ୍ରକାର ଚେପେଟା ମାଛ l

କେରାଧୁଁଡା
କଦଳୀଭଣ୍ଡା l

କେରନା
ଘରେ ବ୍ୟବହୃତ ହେଉଥିବା ତେଲ ମସଲାଦି ଦ୍ରବ୍ୟ l

କେରୁଆଳ
୧. ଡଙ୍ଗା ଚଳାଇବାରେ ବ୍ୟବହୃତ ଆହୁଲା l ୨. ଡଙ୍ଗାର ମଙ୍ଗଧରା l ୩. ଘୋଡ଼ାର ଲଗାମ୍‌ l

କେଳା
ଯାଯାବର ଜାତିବିଶେଷ l ଏମାନେ ମାଟି ଖୋଳନ୍ତି, ସାପ ଖେଳାନ୍ତି, କୁହୁକ କରନ୍ତି, ବାଉଁଶରାନୀ ଖେଳ କରନ୍ତି, ଚଢେଇ ମାରନ୍ତି ଓ ଧରନ୍ତି, ମୁଣ୍ଡ ପୋତନ୍ତି, ଭିକ ମାଗନ୍ତି, କଣ୍ଢେଇନାଚ କରାନ୍ତି l ଏମାନେ ଜାତିରେ ଭିନ୍ନ ଭିନ୍ନ l ଯଥା - ସାପୁଆକେଳା, କୁହୁକିଆକେଳା, ମାଟିଆକେଳା, ମୁଣ୍ଡପୋତାକେଳା, ନଳୁଆକେଳା, ସବାଖିଆକେଳା, ଚାଉଳିଆକେଳା, ବାଜିଗରିଆକେଳା, ଅ‌ଇରୀଗ‌ଉଡ଼ ଇତ୍ୟାଦି l

କେଳାକୁଡ଼ିଆ
କେଳା ରହୁଥିବା କୁଡ଼ିଆ ପରି ଅସ୍ଥାୟୀ ଘର l

କେଳିକୁସୁମ
ନାଲି, ହଳଦୀ ପାଖୁଡା ଥିବା ଛୋଟ କୁସୁମ ଫୁଲ l ଶୀତଦିନେ ଏହା ଫୁଟେ l

କେଳୁଣୀ
କେଲୁଣୀ, କେଳାର ସ୍ତ୍ରୀ, ଏମାନେ କେଳା ସହିତ ଯାଯାବର ଜୀବନ ଯାପନ କରନ୍ତି l ନାରୀମାନଙ୍କ ଦେହରେ ଏମାନେ ଛୁଞ୍ଚି ଫୋଡି ଚିତା କୁଟାନ୍ତି l

କେଶଦୁଦୁରା
କେଶଦୁରା, ଟାଣୁଆ ଓ ଲଟାଳିଆ ଶାଗ ବିଶେଷ l ଏହାର ଫୁଲ ଛୋଟ ଓ ଧଳା, ବର୍ଷସାରା ଏଥିରେ ଫୁଲ ଫୁଟେ l

କେଶରପାଣ୍ଡିଆ
କପୋତ ପରି ଏକ ପ୍ରକାର ଛୋଟ ପକ୍ଷୀ ବିଶେଷ l


logo