logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁହୁକିଆ
କୁହୁକ ଦେଖାଉଥିବା ବ୍ୟକ୍ତି l

କୁହୁଡି
୧. ଶୁଆଁ ଭଳି ଲଘୁ ଶସ୍ୟ l ୨. କୁଜ୍‌ଝଟିକା l

କୁହୁଣ୍ଡା
କବାଟର ଚୌକାଠରେ କବାଟ ଝୁଲାଇବା ପାଇଁ ଲାଗିଥିବା ଲୁହା ଅଙ୍କୁଶ l

କୁହୁଳା
୧. ନିଆଁ ଲାଗି ଜଳିବା ପୂର୍ବରୁ ଜାଳେଣିରୁ ଉଠୁଥିବା ଧୂଆଁ l୨. ଚୁଲିରେ ନିଆଁ ଧରାଇବା ପୂର୍ବରୁ ପ୍ରଥମେ ଦିଆଯାଇଥିବା ନିଆଁଲୁଣ୍ଡା l

କୂଅ
କୁଅଁ, ପାଣି ଝରିବା ପାଇଁ ଭୂଇଁରେ ଖୋଳା ହୋ‌ଇଥିବା ଗହୀରିଆ ଗାତ l

କୂଅକଣ୍ଟା
କୂଅ ବିଲେଇ, କୂଅରେ ପଡିଥିବା ଜିନିଷ ଉଦ୍ଧାର କରିବା ପାଇଁ ବ୍ୟବହୃତ ଲୁହାର ଅଙ୍କୁଶ l ଏହାକୁ କୂଅ ପାଣିରେ ପକାଇଲେ ପଡିଥିବା ଜିନିଷ ଏହାଦ୍ଵାରା ଟାଣି ହୋ‌ଇ ଉଠାଯାଏ l

କୂଅଦ‌ଉଡ଼ା
କୂଅରୁ ପାଣି କାଢିବା ପାଇଁ ପାତ୍ରରେ ବନ୍ଧାଯାଉଥିବା ଦ‌ଉଡ଼ା l

କୂଅନନ୍ଦ
କୂଅ ଭିତରକୁ ମାଟି ଧସି ନଯିବା ପାଇଁ ବସିଥିବା ମାଟି ବା ପଥରର ବଳୟ l

କୂଅଫନ୍ଦ
କୂଅର ଦାଢ଼ ବା ତଟ, ଉପରେ ବସୁଥିବା ବଳୟ l

କୂଅବିରାଡ଼ି
କୂଅକଣ୍ଟା, କୂଅବିଲେଇ l


logo