logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁସ(ସୁ)ନା
ହାଣ୍ଡିଆ, ଦେଶୀମଦ l

କୁସାଙ୍ଗୀ
କଣ୍ଟା ବାଉଁଶର କଣ୍ଟା l

କୁସୁମତୁମ୍ବ
ତୁମ୍ବବାଣ, ଗଛଗଣ୍ଡି ଖୋଳାଯାଇ, ଏଥିରେ ବାରୁଦ ଖୁନ୍ଦାଯାଇ ପ୍ରସ୍ତୁତ ବାଣ l ଏଥିରେ ନିଆଁ ଲଗାଇଲେ ଏହା ଉପରକୁ ଉଠେ ଓ ଉଜ୍ଜ୍ଵଳ ଆଲୁଅ ପ୍ରଦାନ କରେ l

କୁସୁମା
୧. ଅଫିମ ଓ ଭାଙ୍ଗମିଶା ପାନୀୟ l ୨. କ୍ଷୀର, କଦଳୀ, ଚିନି, ଗଞ୍ଜେଇ ଇତ୍ୟାଦି ପଣା ଶିବ ମନ୍ଦିରରେ ଘର୍ଷଣ ଓ ପାଣିଲାଗି l

କୁସେର୍‌
କନ୍ତାରି ଆଖୁ l

କୁସ୍ତି
ମଲ୍ଲ ଯୁଦ୍ଧ, ଦଣ୍ଡବୈଠକ, କସରତ l

କୁହାଟ
ଉଚ୍ଚଧ୍ଵନି, ଜଗୁଆଳିର ଡାକ l

କୁହାଟମଲି
ଅନ୍ଧାରରେ ଖେଳାଯିବା ଲୁଚକାଳି ଖେଳ l ଲୁଚିଥିବା ପିଲାର ଡାକ ଶବ୍ଦ ବାରି ତାକୁ ଖୋଜିବାକୁ ହୁଏ l

କୁହି
କୋ‌ଇ, ଧାତୁ ଆଉଟା ଯାଉଥିବା ଛୋଟ ମାଟିପାତ୍ର ବିଶେଷ l

କୁହୁକ
ଇନ୍ଦ୍ରଜାଲ, ଭୋଜବାଜି l


logo