logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁଲାବା
ତଷୁ ଉଡାଇବା ପାଇଁ କୁଲାଦ୍ଵାରା ପବନ କରିବା l

କୁଲାବାଆ
ହାରର ହୁକ, ଅଣ୍ଟାସୂତାର ଯୋଡ ମୁହଁରେ ଥିବା ଅଙ୍କୁଶ l

କୁଲାବୁଲାଇବା
ଚୋର ଧରିବା ପାଇଁ ମନ୍ତ୍ରିତ କୁଲାକୁ ମୁନିଆଁ ଲୁହା ବା ବତା ଉପରେ ରଖିବା l ପ୍ରକୃତ ଚୋରର ନାମ ଡକାହେଲେ କୁଲାଟି ବୁଲେ ଓ ଚୋର ଧରାପଡ଼େ l

କୁଳିଆ
୧. ମୂଲିଆ l ୨. ତଳ‌ଅଂଶ କୋଣଯୁକ୍ତ ଡଙ୍ଗା, ଏରାବାଲା ଡଙ୍ଗା l

କୁଳିଆକତରା
ପିଲାଙ୍କ ଲୁଚକାଳି ଖେଳ l

କୁଳିକାପଟା
ତନ୍ତବୁଣା ମୋଟ ଲୁଗା l

କୁଳୁଚି
ଗୋରୁଙ୍କୁ ପାଣି ସଙ୍ଗେ ମିଶାଇ ଖାଇବାକୁ ଦିଆଯିବା ଦରକୁଟା ଧାନ, ଦରକୁଟା ଓ ଦରସିଝା ଦାନା l

କୁଶ
ଶ୍ରାଦ୍ଧ, ତର୍ପଣାଦି କାର୍ଯ୍ୟରେ ବ୍ୟବହୃତ ଏକ ପ୍ରକାରର ତୃଣ l

କୁଶଗଣ୍ଠି
୧. କୁଶରେ ପକାଯିବା ଗଣ୍ଠି l ୨. ବାହାବେଦିରେ ବରକନ୍ୟାଙ୍କ ହାତକୁ ଏକାଠି କୁଶରେ ବାନ୍ଧିବା ଗଣ୍ଠି l ୩. ମୁକୁଳା କେଶରୁ କେରାଏ ଧରି ବାନ୍ଧିବା ଗଣ୍ଠି l

କୁଶଦାହ
ମୃତବ୍ୟକ୍ତିର ଶବ ନମିଳିଲେ, ଏହାକୁ କଳ୍ପନା କରି ମଶାଣିରେ କୁଶକୁ ଦାହ କରିବା l


logo