logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁର୍‌ନି
୧. କୋରଣା l ନଡ଼ିଆ ଓ ପାଣି କଖାରୁ ଇତ୍ୟାଦିରୁ ଶସ କୋରିବା ଲୁହା ଯନ୍ତ୍ର l ୨. କୋରୁଅ l

କୁର୍‌ମା
ଛୋଟ କୁଡ଼ିଆ ଘର l

କୁର୍‌ଲି
ପଟାମ‌ଇ l

କୁରାଢି
କାଠକଟା ଶସ୍ତ୍ର, ଟାଙ୍ଗିଆ l

କୁରାଢିଆ
୧. କୁରାଢିରେ କାଠ କାଟୁଥିବା ଲୋକ, କାଠୁରିଆ l ୨. ପଥର ସନ୍ଧିରୁ ଉଠୁଥିବା ଏକପ୍ରକାର ଘାସ l ୩. ପାଦତଳିପାର ଚର୍ମରୋଗ l

କୁରାଳପଞ୍ଚମୀ
ପୌଷମାସର ଶୁକ୍ଳପକ୍ଷ ପଞ୍ଚମୀ l ଏଇଦିନ କୁମ୍ଭାରମାନେ ସଜ ବସାନ୍ତି ଓ ତାଙ୍କର ଈଷ୍ଟଦେବଙ୍କୁ ପୂଜା କରନ୍ତି l

କୁରୁଜାତକ
ଅଧୁଲି ଗୁନ୍ଥା ହୋ‌ଇ ତିଆରି ହୋ‌ଇଥିବା ହାର l

କୁରୁମ
ଏକ ପ୍ରକାର ହାଲ୍‌କା କାଠ l

କୁରୁମିମିଠେଇ
କୃମିନାଶକ ମିଠା, ଶିଶୁମାନଙ୍କ ମୁଖ ରୋଚକ ମୋଦକ l

କୁରେନ୍‌
୧. ଶାମୁକା l ୨. ଛୋଟକୋରଣା l


logo