logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁନ୍ଦୁରି
ଏକ ପ୍ରକାର ବଣ ଫଳ ଓ ତା'ର ଲଟା, ବିମ୍ବଫଳ, କୁଆଁମ‌ଇତା ଫଳ ମଟମଟକା ଫଳ l

କୁପାକେଲି
ଧୂଳିଘର, ବାଲିଘର ଖେଳ l

କୁବୁଜୀ
ଖାଲୁଆଝାଂଜ, କଂସାଳ l

କୁମାରୀପୂଜା
ଦଶଠାରୁ ଷୋଳ ବର୍ଷ ବୟସର ବାଳିକାମାନଙ୍କୁ ଦୁର୍ଗା ରୂପେ କଳ୍ପନା କରି ପୂଜା କରିବାର ତାନ୍ତ୍ରିକ ବିଧି l

କୁମୁଡା
ପାଣି କଖାରୁ l

କୁମ୍ପା (ମ୍ପି)
ତେଲ ଇତ୍ୟାଦି ରଖିବା ପାଇଁ ସରୁମୁହାଁ ପାତ୍ର ବିଶେଷ l

କୁମ୍ପି
୧. ସରୁମୁହାଁ ଛୋଟ ତେଲ ଘଡ଼ି l୨. କୁମ୍ପି ଭଳି ଛୋଟ ଘଡିରେ ବାରୁଦ ଭର୍ତ୍ତି କରାଯାଇଥିବା ବାଣ, କୁମ୍ପିର ମୁହଁରେ ନିଆଁ ଲଗାଇଲେ ଏଥିରେ ଥିବା ବାରୁଦ ବିସ୍ଫୂରିତ ହୋ‌ଇ ଉଜ୍ଜ୍ଵଳ ଆଲୋକ ପ୍ରକାଶ କରେ l ୩. ବିଶେଷ କରି ପୁରୀ ଜିଲ୍ଲାରେ ଶୀତଳଷଷ୍ଠୀ ସମୟରେ କେତେକ ବ୍ରାହ୍ମଣ ଶାସନରେ ବଡକୁମ୍ପି ବାଣ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ ହୁଏ l ବଡ କାଠଗଡର ମଝିରେ ଗାତ କରାଯାଇ, ଏଥିରେ ବାରୁଦ ଖୁନ୍ଦାଯାଏ, କାଠଖଣ୍ଡର ଦୁଇପାଖରେ ଦୁଇଟି ବଡ ବାଉଁଶ ବନ୍ଧା ଯାଇଥାଏ l ବାରୁଦ ଖୁନ୍ଦା ଗାତରୁ ବାରୁଦ ବୋଳା ଝୋଟ ରସି ଓହଳି ଥାଏ l ଏଥିରେ ନିଆଁ ଲଗାଇଲେ, ଏହା ଉଜ୍ଜ୍ଵଳ ଆଲୁଅ କରି ସୁ ସୁ ଶବ୍ଦରେ ବାଉଁଶ ସହିତ ଉପରକୁ ଉଠେ, ଫୁଲହାର ଆକାରର ମାଳମାନ ଦୃଶ୍ୟ ହେବା ସହିତ, ଉପରେ ଜୋର୍‌ ଶବ୍ଦ କରି ଏହା ଫାଟେ ଓ ବାଉଁଶବନ୍ଧା କାଠଟି ଏହା ପରେ ତଳକୁ ଖସେ l ଏଇ ବାଣ ପ୍ରକୃତରେ ଅତି ବିପଜ୍ଜନକ l

କୁମ୍ବଡ଼ା
ପାଣିକଖାରୁ l

କୁମ୍ଭ
୧. ପାଲିଙ୍କି ଉପରେ ଲାଗିଥିବା ବକ୍ରାକାର କାଠର ଅଗ୍ରଭାଗ, ଯାହାକୁ ବାହକମାନେ କାନ୍ଧେଇ ପାଲିଙ୍କି ବହନ କରିଥାନ୍ତି l ୨. ଘଟ, କଳସ, ମାଠିଆ l ୩. ଶସ୍ୟାଦିର ପରିମାଣ, ଦେଢମହଣ l ୪. ମଲାଲୋକର ଅସ୍ଥି ସଂଚୟ ପାତ୍ର l ୫. ଲୁଗାଧଡ଼ିରେ ହୋ‌ଇଥିବା କାରୁକାର୍ଯ୍ୟ l

କୁମ୍ଭଧରିବା
ଧାନଗଛ ପିଲ ଦେବା l


logo