logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କୁଣ୍ଢେଇବାହା
ପିଲାମାନଙ୍କ ଖେଳ l ଦୁଇଟି କୁଣ୍ଢେଇକୁ ବର ଓ କନ୍ୟା ରୂପେ ସଜେଇ ମିଛିମିଛିକା ବାହାଘର ଖେଳ l

କୁତ
ଗଛର ଫଳ, ବିଲର ଶସ୍ୟ, ପୋଖରୀର ମାଛ, ଇତ୍ୟାଦିର ହାରାହାରି ମୂଲ୍ୟ ନିରୂପଣ, ହୁଣ୍ଡାମୂଲ l ଏସବୁ ପାଇବା ପାଇଁ ଦାୟିତ୍ଵ ଦିଆଯାଇଥିବା ବ୍ୟକ୍ତିଠାରୁ ପ୍ରାପ୍ୟ ଚୁକ୍ତି ମୁତାବକ ଅର୍ଥ l

କୁତଦେବା
ଜମି ବା ଗଛର ଫଳ, ପୋଖରୀର ମାଛକୁ କୁତ କରି ଅନ୍ୟ ବ୍ୟକ୍ତିକୁ ଇଜାରା ଦେବା l

କୁତନେବା
ଜମି, ଗଛର ଫଳ, ମାଛ ଇତ୍ୟାଦିକୁ କୁତ କରି ମାଲିକଠାରୁ ନିର୍ଦ୍ଦିଷ୍ଟ ପ୍ରାପ୍ୟ ଦେବାକୁ ଇଜାରା ନେବା l

କୁତିଆ
ଠିକା ମଜୁରିଆ l

କୁଦାର
କୋଦାଳ, କୁଦାଳ l

କୁଦାରି
କାଙ୍କ, ଅଣଓସାରିଆ ଫାଳ ଥିବା କୋଦାଳ l

କୁନ୍ଥାଣ
ପ୍ରସବ କାଳର ଶୂଳ, ଗର୍ଭକଷ୍ଟ l

କୁନ୍ଦ
୧. କୁନ୍ଦାଯନ୍ତ୍ର, ବଢେଇକମାର, ବଣିଆଙ୍କର କୁନ୍ଦାଯନ୍ତ୍ର l ୨. ସୁନା ଅଳଂକାରରେ ରତ୍ନାଦି ପଥର ବସାଇବା କାମ l ୩. କୁନ୍ଦାଯନ୍ତ୍ରରେ ଗୋଲ ହୋ‌ଇ ଗଢାଯାଇଥିବା କାଠ ବା ଧାତୁଖଣ୍ଡ l

କୁନ୍ଦଫରୁଆ
କୁନ୍ଦ ଯନ୍ତ୍ରରେ କମକୁଟ ହୋ‌ଇଥିବା ଫରୁଆ l


logo