भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous123456789Next >

ଫଏସ୍‌

ମଇଁଷି l

ଫକନା

ବଡ ମାଛ ପେଟରେ ଥିବା ଧଳା ଫୁଲକା ଥଳି,ମାଛଫଟକା l

ଫଗୁ

ଅବିର l

ଫଗୁ ଦଶମୀ

ଫଗୁଣ ମାସର ଶୁକ୍ଳପକ୍ଷ ଦଶମୀ l ଏଇଦିନ ଦୋଳପର୍ବ ଆରମ୍ଭ ହୁଏ l ରାଜଦୋଳରେ ରଧାକୃଷ୍ଣଙ୍କୁ ବସାଇ ଗ୍ରାମ ପରିକ୍ରମା କରାଯାଏ l

ଫଗୁଖେଳ

ଦୋଳ ଉତ୍ସବରେ ଦିଅଁଙ୍କୁ ଅବିର ଲାଗି ଓ ପରସ୍ପରକୁ ଅବିର ପକାଇ ରଙ୍ଗ କରିବା ଉତ୍ସବ l

ଫଟକା

ଶବ୍ଦ ସୃଷ୍ଟି କରି ଫୁଟୁଥିବା ବାଣ, ତାଳପତ୍ର ଭିତରେ ବାରୁଦ ରଖି ଏହାକୁ ଗୁଡାଇ ଶୁଖାଯାଏ l ଏଥିରେ ନିଆଁ ଲାଗିଲେ ଏହା ଶବ୍ଦ କରି ଫୁଟେ l

ଫଟାକୀଉଆଁସ

ଦୀପାବଳୀ ଅମାବାସ୍ୟା l ଏଇ ଦିନ ଦୀପଦାନ ହୁଏ ଓ ବାଣ ଫୁଟେ l

ଫଟାପାଣି

ଅଳ୍ପ ଗଂଜେଇରେ ମରିଚ,ଇତ୍ୟାଦି ମସଲା ପଡି ବଟା ହୋଇଥିବା ପାନୀୟ l

ଫଡକା

ଫସଲ ହାନି କରୁଥିବା ପଶୁଙ୍କୁ ହୁରୁଡାଇବା ପାଇଁ ବ୍ୟବହୃତ ବାଦ୍ୟ l ବାଉଁଶକୁ ଫଟାଇ,ଫଟା ଅଂଶଟି ଉପରକୁ ରଖି ମୂଳ ପୋତାଯାଏ l ଫଟା ଅଂଶରେ ଦଉଡି ବାନ୍ଧି ଜଗୁଆ ଜଗିଥାଏ l ପଶୁ କ୍ଷେତରେ ପଶିଲେ ଦଉଡାକୁ ଛାଡିଦେଲେ ଫଟାବତା ଆର ବତାରେ ପିଟି ହୋଇ ଶବ୍ଦ କରେ

ଫଡା ଆମ୍ବୁଲ

କଞ୍ଚା ଆମ୍ବକୁ ଦି ଫାଳ କରି ,ଏଥିରେ ଲୁଣ ଦେଇ ଖରାରେ ଶୁଖାଇ କରାଯାଉଥିବା ଆମ୍ବୁଲ l

ଫଡି

ପାଇକ ମାନେ ସମର ଅଭ୍ୟାସ କରିବା ନିମିତ୍ତ ଧରୁଥିବା କାଠଖଣ୍ଡା l

ଫଡିକାର

ରାଜାଙ୍କୁ ଚନ୍ଦନ ଓ ପାନ ଯୋଗାଉଥିବା ସେବକ l

ଫଁଦବା

ଦୁଇଟିକୁ ଫାନ୍ଦ ପକାଇ ବାନ୍ଧିବା l

ଫନ୍ଦ

କୌଣସି ପାତ୍ର ବା କୂଅରେ ଧାର l

ଫରି

୧. ଚମ ଆଡେଣି, ଢାଲ l ୨. ତନ୍ତରେ ବ୍ୟବହୃତ ନଟେଇର ମଝି ବାଉଁଶ ଖଣ୍ଡକୁ ଧରିବା ନିମିତ୍ତ ରହିଥିବା ଛକି l

ଫରି କଛା/ପାଇକଛା

ଫରିଖେଳ ବେଳେ ଲୁଗାର ଓହଳିଥିବା ଅଂଶକୁ ଅଣ୍ଟା ପଛରେ ଚଉକସ କରି ଖୋଷିବା ଅବସ୍ଥା l

ଫରିକନା

ଖଣ୍ଡାକୃତି ଏକ ପ୍ରକାରର ଏକ ଯୁଦ୍ଧାସ୍ତ୍ର l

ଫରିକାର

ଢାଲ ଓ ଖଣ୍ଡା ଧରିବା ସୈନ୍ୟ l

ଫରିଖେଳ

ଫରିଧରି ସମର ଅଭ୍ୟାସ କରିବାର କ୍ରୀଡା କୌଶଳ ଅଭ୍ୟାସ l

ଫରିମାନ

ଖଣ୍ଡା ରଖିବାର ଖୋଳ l
< previous123456789Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App