logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅଇ
ଓକାଳ ବା ବାନ୍ତି ଉଠାଇବା l

ଅଇଘରା
ମାଘ ମାସର ପୁର୍ଣ୍ଣିମା ; ଅଗିପୁନେଇ ;ଅଗ୍ନ୍ୟୁତ୍ସବ l ଏଇଦିନ ରାତିରେ ସମ୍ମିଳିତ ଭାବରେ କୃଷକମାନେ ବାଉଁଶ ଅଗିରା କିମ୍ବା ଗଛ ଡାଳ ପୋତି ଏହା ଉପରେ ନଡା ଓ କୁଟା ବିଛାଇ ଏହାକୁ ପୋଡନ୍ତି lଏଇ ନିଆଁ ରେ ଶାହାଡା ଡାଳ,ଅଣଖୁଆ ଇତ୍ୟାଦି ପକାଇ ଏହାର ଦରପୋଡା ଅଂଶ ଉଦ୍ଧାର କରି ଚାଷଜମିରେ ଓ ଅମାରରେ ପକାନ୍ତି l ଏହାକୁ ସାଆର କୁହାଯାଏ l ଜ୍ୱଳନ୍ତ ଅଗ୍ନିକୁ ବାଇଗଣ ଓ ଗିଲ ମଧ୍ୟ ପକାଯାଏ l ଅଗି ପାଉଁଶକୁ ନେଇ ଘର ଦୁଆର ମୁହଁ ଲିପାଯାଏ l ଅଗିରେ ପଡିଥିବା ଦରପୋଡା ବାଇଗଣକୁ ଲୋକେ ଖାଆନ୍ତି, ଏହାଦ୍ୱାରା ଚର୍ମ ରୋଗ ଭଲହୁଏ ବୋଲି ଧାରଣା ରହିଛି l ଅଗ୍ନ୍ୟୁତ୍ସବ ଠାରୁ ଶୀତ ଶେଷ ହୁଏ,ଏଥିପାଇଁ ଲୋକେ ଗାଆନ୍ତି-'ଅଗି ଜଳିଲା ଶୀତ ଟଳିଲା 'l ଏହି କୃଷିଭିତ୍ତିକ ଉତ୍ସବଟି ବେଶ୍‌ ଚିତ୍ତାକର୍ଷକ

ଅଇରା
ମଳା,ବଇଠି ,ମୋଡିଆ l ହାଣ୍ଡି,ମାଠିଆ ପ୍ରଭୃତି ଜଳାଧାର ପାତ୍ରକୁ ମାଟିରେ ସ୍ଥିର ଅବସ୍ଥାରେ ରଖିବା ନିମିତ୍ତ କୁଟା ,ପାଳ,ଅଖା,ଛିଡା କପଡା ଇତ୍ୟାଦିରେ ତିଆରି ମଝି ଫାଙ୍କାଥିବା ଗୋଲାକାର ଗଦି ,ବଇଠି,ମଳା ଇତ୍ୟାଦି l

ଅଇରି ଗଉଡ
ବିଚିତ୍ର ଖେଳ କୌତୁକ ପ୍ରଦର୍ଶନକାରୀ ଜାତି ବିଷେଶ lଏମାନେ ସଖୀ କଣ୍ଢେଇ ନାଟ ,ଯାଦୁବିଦ୍ୟା ପ୍ରଦର୍ଶନ କରି ଜୀବିକାର୍ଜ୍ଜନ କରନ୍ତି l ଏମାନେ ମୁଖ୍ୟତଃ ଯାଯାବର ଏବଂ କଣ୍ଢେଇନାଟ କୁ ପାରିବାରିକ କଳା ରୂପେ ଆଦରି ନେଇଥାନ୍ତି l

ଅକାଣ୍ଡି ଆ
କୁଟା ହୋଇଥିଲେ ମଧ୍ୟ ଭଲ ଭାବରେ ତଷୁ ବାହାରି ନଥିବା ଚାଉଳ l

ଅଖ
ଶଗଡର ଦୁଇ ଚକକୁ ସଂଯୋଗ କରୁଥିବା ମଜଭୁତ କାଠଖଣ୍ଡ l ଏହା ଉପରେ ଶଗଡର ସମଗ୍ର ଶରୀର ରଖାଯାଇଥାଏ l

ଅଖଣ୍ଡଦୀପ
ଦେବ ,ଦେବୀଙ୍କ ନିକଟରେ ଜଲୁଥିବା ଅନିଭାଦୀପ lଏହାକୁ ଜାଳିବା ନିମିତ୍ତ ସ୍ୱତନ୍ତ୍ର ବ୍ୟକ୍ତି ନିଯୁକ୍ତ ଥାଆନ୍ତି l କଣାଥିବା ମାଟି ହାଣ୍ଡି ଭିତରେ ବାଲି ବିଛାଇ ,ଏହା ଉପରେ କିଛି ଗୋବର ରଖି ଏଇ ଦୀପ ଜଳାଯାଏ l ସଂପୃକ୍ତ ହାଣ୍ଡିକୁ ଅଖଣ୍ଡଳ ଆଟିକା କୁହାଯାଏ l କେହି କେହି ଏହାକୁ ଅଖଣ୍ଡଳ କହିଥାଆନ୍ତି l

ଅଖିମୁଠି
ଅକ୍ଷୟ ତୃତୀୟା ରେ ବିଲରେ ପ୍ରଥମ ହଳ କରାଯାଇ ବୁଣା ଯାଉଥିବା ବିହନ l

ଅକ୍ତାଚାଉଳ
ପଶୁକୁ ବଳି ପକାଇବା ପୂର୍ବରୁ ଖାଇବାକୁ ଦିଆ ଯାଉଥିବା ମନ୍ତ୍ର ଶୋଧିତ ଅରୁଆ ଚାଉଳ ଓ ଦୂବ l

ଅକ୍ଷିତୃତୀୟା
ଅକ୍ଷୟ ତୃତୀୟା,ବୈଶାଖ ଶୁକ୍ଲ ପକ୍ଷ ତୃତୀୟା ତିଥି l ଏଇ ତିଥିରେ ସତ୍ୟଯୁଗ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣନା ଅଛି lଏଇ ଦିନ ଜଗନ୍ନାଥ ମହାପ୍ରଭୁଙ୍କ ର ପ୍ରଖ୍ୟାତ ଚନ୍ଦନ ଯାତ୍ରା ଆରମ୍ଭ ହୁଏ ଓ ପବିତ୍ର ରଥ ଯାତ୍ରା ନିମିତ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ l ପୁରାଣ ଅନୁଯାୟୀ ଏଇ ଦିନ ସତ୍ୟ ଯୁଗ ଆରମ୍ଭ ହୋଇ ଥିଲା ଓ ସ୍ୱର୍ଗରୁ ସ୍ୱୟଂ ଇନ୍ଦ୍ର କୃଷି ଭୂମିରେ ବୀଜ ବପନ କରିଥିଲେ l ଓଡିଶାରେ କୃଷକ ମାନେ ଏଇଦିନ ବିହନ ଅନୁକୂଳ କରନ୍ତି l କ୍ଷେତରେ ପ୍ରଥମେ ଭୂମି ପୁଜା କରିବା ପରେ ହଳ ଆରମ୍ଭ ହୁଏ ଓ ବିହନ ବୁଣାଯାଏ l ହାତରେ ଧରି ବୁଣାଯାଉଥିବା ବିହନକୁ ଆଖିମୁଠି କୁହାଯାଏ l ଏହା ଏକ କୃଷିଭିତ୍ତିକ ପର୍ବ l


logo